jayashree

ପେଟ୍ରୋଲିୟମ ଜାତଦ୍ରବ୍ୟ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଆକସ୍ମିକ ଦରବୃଦ୍ଧି ନେଇ ଶାସକ ବିଜେଡିର ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଦରବୃଦ୍ଧି ଚିନ୍ତା କଠୋର ପନ୍ଥୀ ଭାବନା ଏବଂ ଅଗଣତାନ୍ତ୍ରିକ ନୀତି ବୋଲି କୁହାଯାଇଛି । ଜାଳେଣି ଗ୍ୟାସ ଓ ତୈଳ ଦର ବୃଦ୍ଧିକୁ ନେଇ ଓଡ଼ିଶାର ଗରୀବ ଲୋକଙ୍କ ଉପରେ ଚଡ଼କ ପଡିଛି । ଏନେଇ ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ବିଜେଡି ଦଳ ତରଫରୁ ରାଜ୍ୟବ୍ୟାପି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭର ସ୍ୱର ଉଠିଛି । ଡିଜେଲ, ପେଟ୍ରୋଲ, ଜାଳେଣି ଗ୍ୟାସ ତଥା ପେଟ୍ରୋଲିୟମ ଜାତଦ୍ରବ୍ୟର ଘନ ଘନ ଦର ବଢ଼ିବାରେ ଲାଗିଛି, ଆକସ୍ମିକ ଭାବେ ଅହେତୁକ ପରିମାଣରେ ଦରବୃଦ୍ଧି ଗରୀବ ରାଜ୍ୟ ଓଡ଼ିଶା ପାଇଁ ଏକ ବିଷମ ସଙ୍କଟମୟ ପରିସ୍ଥିତି ଆସିଛି । ନିତ୍ୟବ୍ୟବହାର୍ଯ୍ୟ ପେଟ୍ରୋଲିୟମ ଜାତଦ୍ରବ୍ୟର ଦର କ୍ରମଶଃ ଭାବେ ଦର କମ ନ ହେଲେ ରାଜ୍ୟବ୍ୟାପି ଶାସକ ବିଜେଡି ଦଳର ଆନ୍ଦୋଳନ ରୂପ ବଢ଼ିବାରେ ଅଗ୍ରସର ହେବ, ଆଗାମୀ ଦିନରେ ରାଜଧାନୀ ଦିଲ୍ଲୀ ଦରବାରରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଶାସକ ବିଜେଡି ଦଳ ଚେତାବନୀ ଦେଇଛି । ସୋମବାର ଜିଲ୍ଲା ମହକୁମା ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତ୍ତୃତ୍ୱରେ ମହିଳା ଗୋଷ୍ଠୀଙ୍କ ସମେତ ବହୁ ନେତା କର୍ମୀ ଯୋଗଦେଇ ଛତ୍ରପୁର ସ୍ଥ ଲୱେର ବସଷ୍ଟାଣ୍ଡଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୈଳ ଦର ବୃଦ୍ଧି ସାଂଗକୁ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟଦ୍ରବ୍ୟର ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ସଙ୍କଟ ଆସିଛି ବୋଲି ଜନତା ତାତିଲେଣି । ଏହାକୁ ନେଇ ବିଜେଡି ୪.୫କୋଟି ଜନତାଙ୍କ ହିତ ଦୃଷ୍ଟିରୁ କେନ୍ଦ୍ରକୁ କଟୁ ସମାଲୋଚନା କରିଛି ବୋଲି କୁହାଯାଏ । ଦେଶରେ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ଯାଏଁ, ଏବଂ ଅଦ୍ୟାବଧି ନଭେମ୍ବର -୨୦୨୧ ପର୍ଯ୍ୟନ୍ତ ଡିଜେଲ, ପେଟ୍ରୋଲ, ଜାଳେଣି ଗ୍ୟାସ ତଥା ପେଟ୍ରୋଲିୟମ ଜାତଦ୍ରବ୍ୟର ଘନ ଘନ ଦର ବଢ଼ିବାରେ ଲାଗିଛି । ଜାଳେଣି ଗ୍ୟାସର ଦର ୨୦୧୬-୧୭ ଆର୍ଥିକ ବର୍ଷରେ ୫୪୯.୬୯ ଟଙ୍କା ଥିଲା । ୨୦୧୮-୧୯ ରେ ୭୬୮.୧୨ ଟଙ୍କା ହୋଇ ଏବେ ୮୨୨ ଟଙ୍କାରେ ପହଞ୍ଚିଛି । ସହରୀ ମହିଳା, ଗ୍ରାମୀଣ ମହିଳାଙ୍କ ରୋଷେଇ ଲାଗି ମୁଣ୍ଡରେ ଚଡକ ପଡ଼ିଛି । ଏବେ ଗ୍ରାମୀଣ ମହିଳାମାନେ ଗ୍ୟାସ ସିଲଣ୍ଡରଟିଏ କିଣିବା ପାଇଁ ଆଉ ସାହସ ପାଇ ପାରୁନାହାନ୍ତି, ଜାଳେଣି ନିମନ୍ତେ ଝାଟି, କାଠ, କୁଟା ପାଇଁ ବଢ଼ି ଭୋରରୁ ବାହାରି ସଂଗ୍ରହ କରିବାକୁ ପଡୁଛି । ନରେନ୍ଦ୍ର ମୋଦି ସରକାର ଗ୍ରାମୀଣ ମହିଳାଙ୍କୁ ଧ୍ରୁମହୀନରୁ ରକ୍ଷାପାଇବା ପାଇଁ କରିଥିବା ଯୋଜନା ଏବେ ଫେଲ ହୋଇଛି । ପୁନଃ ଧୂଆଁ-ଚୂଲି ବ୍ୟବହାର କରିବାକୁ ପଢ଼ୁଥିବା ଏକ ଜଟିଳ ସମସ୍ୟା ଦେଖାଦେଇଛି ।

Leave A Reply

Your email address will not be published.