om academy

ଦୁର୍ଘଟଣାରେ ଗୁରୁତର ହଳଦୀର ଯୁବ ସମାଜସେବୀ ରୁନା ପସାୟତଙ୍କ ଅକାଳ ବିୟୋଗ

jsm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଥିବା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀର ଯୁବ ସମାଜସେବୀ ନାରାୟଣ ପସାୟତ (୪୨)ଙ୍କ ଗୁରୁବାର ରାତି ୧୧ଟାରେ ଅକାଳ ବିୟୋଗ ଘଟିଛି । ସର୍ଗତ ରୁନା ଗତ ମେ ୧୩ ତାରିଖ ଦିନ ୫୯ନଂ ଜାତୀୟ ରାଜପଥ ହଳଦୀରୁ ଯୁଗୀରତା ମଝିରେ ନିଜ ବାଇକ୍‌ରେ ଭାରସାମ୍ୟ ହରାଇ ଗୁରୁତର ଆହତ ହୋଇଥିଲେ । ତାଙ୍କର ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ବୁର୍ଲାର ଏକ ଘରୋଇ ମେଡିକାଲ୍‌ରେ ଚିକିତ୍ସା ଚାଲିଥିବା ବେଳେ ସେଠାରେ ତାଙ୍କର ପରଲୋକ ଘଟିଥିଲା । ହଳଦୀର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ମୋହନ ପସାୟତଙ୍କ ୪ ପୁଅ ଅଧ୍ୟାପକ ଦିଲ୍ଲୀପ, ବିଜୟ, ନାରାୟଣ, କୈଳାସ ଓ ଜଣେ ବିବାହିତା ଝିଅ କନକମଞ୍ଜରୀଙ୍କ ମଧ୍ୟରୁ ରୁନା ତୃତୀୟ ପୁଅ ଥିଲେ । ଯୁବନେତା ରୁନା ହଳଦୀର ଜୟରାମ ମହାନନ୍ଦ ପାଠାଗାର, ସପ୍ତରଙ୍ଗ ସାଂସ୍କୃତିକ ସଂସଦ, ହଳଦୀ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି, କଂଗ୍ରେସ ଦଳର ଜଣେ ନିଷ୍ଠାପର କର୍ମୀ ଓ ହଳଦୀର ବହୁ ଅନୁଷ୍ଠାନ ସହ ଜଡ଼ିତ ରହିଥିଲେ । ଶୁକ୍ରବାର ବୁର୍ଲାରୁ ମୃତଦେହ ଗାଁରେ ପହଞ୍ଚିବା ପରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ତାଙ୍କ ପରିବାର, ଆତ୍ମୀୟସ୍ୱଜନ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପାଇ ହଳଦୀ ସମେତ ବହୁ ପଡୋଶୀ ଗ୍ରାମର ଶତାଧିକ ତାଙ୍କ ଶୁଭେଚ୍ଛୁ ଓ ଶୋକାକୁଳ ଜନତା ଶବାଧାରରେ ସାମିଲ ହୋଇଥିଲେ । ପରେ ହଳଦୀର ବରିଷ୍ଠ ଆଇନଜୀବୀ ଦୀପକରଞ୍ଜନ ବାଗଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇ ୨ ମିନିଟ ନୀରବ ପ୍ରାର୍ଥନା ସହ ତାଙ୍କୁ ଭାବପୂର୍ଣ୍ଣ ବିଦାୟ ଦିଆଯାଇଥିଲା । ଅନ୍ତେଷ୍ଟି କ୍ରିୟାରେ ତାଙ୍କ କାକା ଋଷଭ ପସାୟତ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.