ବିମଳା ସାହୁଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ନିଉଟ୍ରେସନ୍‌ ଅପରେସନ୍‌ ପ୍ଲାନିଂ (ଏନ୍‌ଓପି)ର ବରଗଡ଼ ଜିଲ୍ଲା ପ୍ରକଳ୍ପ ପରିଚାଳିକା ବିମଳା ସାହୁ (୫୭)ଙ୍କ ଗତ ୨୭ ତାରିଖ ରାତିରେ ହୃଦଘାତ ଯୋଗୁଁ ବିୟୋଗ ଘଟିଥିଲା । ପୁରୀ ସ୍ଵର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ସ୍ୱାମୀ ବଲାଙ୍ଗିର ଜିଲ୍ଲାର ରିହାଇ ସଂସ୍ଥାର ନିର୍ଦ୍ଦେଶକ ରୁଣୁ ଗୋପାଳ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗର ଖବର ବରଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି ।

Leave A Reply

Your email address will not be published.