କିଡନୀ ରୋଗରେ ମାଳିଶିରା ଗ୍ରାମର କାର୍ଯ୍ୟରତ ଗ୍ରାମରକ୍ଷୀ ଶରତ ପୁଟେଲଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ଗ୍ରାମର କାର୍ଯ୍ୟରତ ଗ୍ରାମରକ୍ଷୀ ଥିବା ଶରତ ପୁଟେଲ (୪୦) ଦୀର୍ଘ ଦିନ ଧରି କିଡ଼ନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ଗୁରୁବାର ତାଙ୍କର ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଅନୁଭବ କରୁଥିବା ବେଳେ ପରିବାର ଲୋକେ ତାଙ୍କୁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା, ବଲାଙ୍ଗିର ଭୀମଭୋଇ ମେଡିକାଲ ପରେ ବୁର୍ଲା ମେଡିକାଲକୁ ନେଇଥିବା ବେଳେ ଅବସ୍ଥା ଅତି ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ରାୟପୁର ମେଡିକାଲକୁ ନେଇ ଯାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଶବକୁ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲେ । ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରଲୋକରେ ଏବେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଘରେ ତାଙ୍କର ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ତାଙ୍କ ପରଲୋକରେ ମାଲିଶିରା ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଶରତ ମାଳିଶିରା ଗ୍ରାମର ଗ୍ରାମରକ୍ଷୀ ରବୀନ୍ଦ୍ର ପୁଟେଲଙ୍କ ସାନ ପୁଅ ହୋଇଥିବାବେଳେ ସେ ବାପାଙ୍କ ସ୍ଥାନରେ ଗ୍ରାମରକ୍ଷୀ ରୂପେ କାର୍ଯ୍ୟ କରୁଥିଲେ ।

Leave A Reply

Your email address will not be published.