ସମାଜସେବୀ ଲଳିତ ନାୟକଙ୍କ ବିୟୋଗରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ରଙ୍କ ଶୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର‌) : ବଲାଙ୍ଗିର ଜିଲ୍ଲା ବିଶିଷ୍ଠ ସମାଜସେବୀ ତଥା ବରିଷ୍ଠ କର୍ମଚାରୀ ନେତା ଲଳିତ ନାୟକଙ୍କ ବିୟୋଗରେ ସାରା ବଲାଙ୍ଗିର ଜିଲ୍ଲା ଶୋକରେ ମର୍ମାହତ । ଶ୍ରୀ ନାୟକ ଜଣେ ପ୍ରବୀଣ ସମାଜସେବୀ ଓ ସଂଗ୍ରାମୀ ଉଭୟ ପରିଚୟ ହାସଲ କରିଥିଲେ । ୧୯୮୫/୮୬ ମସିହାରେ ସେ ରାଜେନ୍ଦ୍ର କଲେଜ ଛାତ୍ର ସଂସଦର ସଭାପତି ଥିଲେ । ପରବର୍ତ୍ତୀ ସମୟରେ ସେ ସମାଜସେବା, ଶ୍ରମିକ ସଂଗଠନ ଓ ରାଜନୀତିରେ ମ୍ମ ଯୋଗଦାନ କରିଥିଲେ । ସେ ବଲାଙ୍ଗିର ତଥା ପଶ୍ଚିମାଞ୍ଚଳର ବହୁ ସାମାଜିକ ଓ ସାସ୍କୃତିକ ସଂଗଠନ ସହ ମ୍ମ ଜଡ଼ିତ ଥିଲେ । ବିବାହ, ବ୍ରତ ହେଉ କିମ୍ବା କାହାର ମୃତ୍ୟୁ ସମୟରେ ହେଉ ସବୁ ଜାଗାରେ ତାଙ୍କର ଉପସ୍ଥିତି ରହୁଥିଲା । ରାଜନୀତି କ୍ଷେତ୍ରକୁ ନ ଆସି ଶ୍ରୀ ନାଏକ ଯଦି କେବଳ ସମାଜ ସେବାରେ ରହିଥାନ୍ତେ ତେବେ ହୁଏତ ସେ ଦେଶର କିଛି ବଛା ବଛା ସମାଜସେବୀ ମ୍ମରେ ଗଣ୍ୟ ହୋଇଥାନ୍ତେ । ଶ୍ରୀ ନାୟକଙ୍କ ବିୟୋଗରେ ବଲାଙ୍ଗିର ଜିଲ୍ଲା ଓ କୋଶଳାଞ୍ଚଳ ଏକ ଦରଦୀ ମଣିଷକୁ ହରାଇଲା । ତେଣୁ ବ୍ୟକ୍ତିଗତ ଭାବରେ ଓ କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ଶ୍ରୀ ନାୟକଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ।

Leave A Reply

Your email address will not be published.