ବରଗଡ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲଙ୍କ ପିତା ରସାନନ୍ଦ ସାମଲଙ୍କ ସୋମବାର ପାଇକମାଲ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ ଦୀର୍ଘ ଦିନରୁ ଶଯ୍ୟାଶାୟୀ ଥିଲେ ଏବଂ ଚିକିତ୍ସିତ ହେଉଥିଲେ । ମୁତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହେଉଥିଲା । ମୁତ୍ୟୁ ଶଯ୍ୟା ପାଖରେ ତାଙ୍କର ଧର୍ମପତ୍ନୀ ଦେବକୀ ସାମଲ, ପୁତ୍ର ସରୋଜ ସାମଲ, ପୁତ୍ରବଧୂ ଅନୀମା ରାଉତ, ନାତି ନାତୁଣୀ ଉପସ୍ଥିତ ଥିଲେ । ସ୍ୱର୍ଗତ ସାମଲ ଜଣେ ସଚ୍ଚୋଟ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ସ୍ଥାନୀୟ ଶ୍ମଶାନ ଘାଟରେ ଅଞ୍ଚଳର ଶତାଧିକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତରେ ଅନ୍ତେଷ୍ଟିକ୍ରିୟା ସମାପନ କରାଯାଇଥିଲା । ତାଙ୍କର ପୁତ୍ର ସରୋଜ ସାମଲ ମୁଖାଗ୍ନି ଦେଇଥିଲେ । ବରଗଡ ସାଂସଦ ପ୍ରଦୀପ ପୁରୋହିତ ଶୋକ ବ୍ୟକ୍ତ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଅନେକ ବିଶିଷ୍ଟ ବ୍ୟକ୍ତି, ରାଜନୈତିକ ଶୁଭେଚ୍ଛୁ ସହ କର୍ମୀ ତାଙ୍କର ପୁତ୍ର ପୁତ୍ରବଧୂଙ୍କୁ ସମବେଦନା ଜଣାଇଛନ୍ତି ।

jittmm
Leave A Reply

Your email address will not be published.