ମାଲିଶିରା ଗ୍ରାମରେ ୧୦୮କୁଣ୍ଡିୟ ବିରାଟ ବିଶ୍ଵଶାନ୍ତି ବୈଦିକ ମହାଯଜ୍ଞ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରା ପଞ୍ଚାୟତ ସଦର ମହକୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମାଲିଶିରା ଆର୍ଯ୍ୟ ସମାଜ ଆନୁକୂଲ୍ୟରେ ତଥା ସମସ୍ତ ଗ୍ରାମବାସୀଙ୍କ ଅକୁଣ୍ଠିତ ସହଯୋଗରେ ରବିବାର ଏକ ଭବ୍ୟ ୧୦୮ କୁଣ୍ଡିୟ ବିରାଟ ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସକାଳେ ବୈଦିକ ଶୋଭାଯାତ୍ରା, ଓଁମ ଧ୍ୱଜା ଉତ୍ତୋଳନ, ଯଜ୍ଞ-ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାଲିଶିରା ଗ୍ରାମରେ ସ୍ୱର୍ଗତ ଆଚାର୍ଯ୍ୟ ନୀଳାମ୍ବରଜୀ ମହାରାଜାଙ୍କ ଦ୍ଵାରା ହିଁ ୧୯୯୬ ମସିହାରେ ଭବ୍ୟ ବୈଦିକ ଯଜ୍ଞ ପ୍ରବଚନର ଅନୁଷ୍ଠାନ ସହ ବୈଦିକ ବିଚାରର ମୂଳଦୂଆ ପଡିଥିଲା । ବିଭିନ୍ନ ସମୟରେ ଆଚାର୍ଯ୍ୟ ଶୁକଦେବ ଜୀ ପରିବ୍ରାଜକ, ଲମ୍ବୋଦର ପଟ୍ଟନାୟକ, ଆନନ୍ଦ ସାମନ୍ତରାୟ ଆଦି ଅନେକ ବିଦ୍ୱାନ ପ୍ରଚାରକ ଓ ସଙ୍ଗଠକ ଆସି ମହର୍ଷି ଦୟାନନ୍ଦଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଭଳି ନିଜର ଯୋଗଦାନ ଦେଇଥିଲେ । ଏହି ସମସ୍ତ ପୂଣ୍ୟ ପ୍ରଚେଷ୍ଟାକୁ ଏକ ସାର୍ଥକ ରୂପ ଦେଇ ସମାଜର ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ବେଦର ଶାଶ୍ଵତ ସନ୍ଦେଶକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ମାଲିଶିରା ଆର୍ଯ୍ୟ ସମାଜ ଆନୁକୂଲ୍ୟରେ ତଥା ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହି ଭବ୍ୟ ୧୦୮ କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ କରାଯାଇଥିଲା । ଏହି ମହାଯଜ୍ଞରେ ବେଦ ପ୍ରଚାର ସମିତି ଟିଟିଲାଗଡ଼ର ସଂଯୋଜନାରେ ତଥା ଭାରତ ବର୍ଷର ଲବ୍ଧ ପ୍ରତିଷ୍ଠିତ ବୈଦିକ ବିଦ୍ୱାନ ପରିବ୍ରାଜକ ସନ୍ୟାସୀ ତଥା ଶ୍ରୁତିନ୍ୟାସର ଅଧ୍ୟକ୍ଷ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଙ୍କ ବ୍ରହ୍ମତ୍ୱରେ ଏବଂ ଆଚାର୍ଯ୍ୟ ଶୁକଦେବଜୀ ପରିବ୍ରାଜକଙ୍କ ଅଧ୍ୟକ୍ଷତାରେ ଏହି ଭବ୍ୟ ୧୦୮ କୁଣ୍ଡିୟ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ମାଲିଶିରା ଗ୍ରାମର ଟଙ୍କ ପୁଟେଲ, ବିଭୀଷଣ ପୁଟେଲ, ଗଣେଶ ପୁଟେଲ, ଦ୍ରୋଣାଚାର୍ଯ୍ୟ ପୁଟେଲ, ଚତୁର ଛୁରା, ରଘୁମଣୀ ପୁଟେଲ, ସୁରେଶ ରତେଇ, ବେଦବର ମହାନନ୍ଦ, ସର୍ବେ ରତେଇ, ପ୍ରୀତିବାସ ପୁଟେଲ ଓ ବରୁଣ ଛତର ସହଯୋଗ ତଥା ଆଖପାଖର ସମସ୍ତ ଜନସାଧାରଣ ଏହି ଭବ୍ୟ ୧୦୮ କୁଣ୍ଡିୟ ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.