ପାହାଡ଼ ଶୀର୍ଷକ ବିଶ୍ୱନାଥ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପ୍ରସିଦ୍ଧ ଶୈବପୀଠ ପାହାଡ଼ ଶୀର୍ଷକ ବିଶ୍ଵନାଥ ଦେବଙ୍କର ୪୨ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ମାଘମାସ ଶୁକ୍ଲପକ୍ଷ ସପ୍ତମୀଠାରୁ ୭ ଦିନ ଧରି ଅନୁଷ୍ଠିତ ହୋଇ ଆଜି ଗୋଧୂଳି ଲଗ୍ନରେ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ହୋଇଯାଇଛି । ବ୍ରତଧାରୀ ମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା, ଜଳ ଯାତ୍ରା, ଦେବତା ଆବାହନ, ଅଗ୍ନିସ୍ଥାପନ, ଗୋପୂଜା, ସୂର୍ଯ୍ୟପୂଜା, ମଙ୍ଗଳଆରତୀ, ଠାକୁରଙ୍କ ନୀତିକାନ୍ତି. ପୂଜାର୍ଚ୍ଚନା, ପୁରୋହିତ, ପୂଜକ, ପଣ୍ଡିତମାନଙ୍କ ମନ୍ତ୍ରଧ୍ୱନିରେ ସମଗ୍ର ଅଞ୍ଚଳରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ୫ହଜାରରୁ ଉର୍ଦ୍ଧ୍ୱ ଭକ୍ତ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ପୂର୍ଣ୍ଣାହୁତି ପରେ ବିଶ୍ଵନାଥ ଯଜ୍ଞ କମିଟି ତରଫରୁ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.