oum

ଜିଲା ଯୁବ କୁଲୁତା ସମାଜର ଗୌରବ ଖିଲାଡ଼ି ବିଶ୍ୱନାଥ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ରିଜର୍ଭ ପୋଲିସର ସେଣ୍ଟର ଟିମ ପାଇଁ ଗୋଲ କିପର୍‌ ଭାବରେ ଚୟନ ହୋଇଛନ୍ତି କୋଶଲ ମାଟିର ପୁଅ ତଥା କୁଲୁତା ସମାଜର ଗୌରବ ବିଶ୍ୱନାଥ ବିଶ୍ୱାଳ । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମହିମୁଣ୍ଡା ଗ୍ରାମର ବିଶ୍ୱନାଥ ବିଶ୍ଵାଳ ୨୦୧୭ରେ ସିଆର୍‌ପିଏଫ୍‌ରେ ଯୋଗଦାନ କରି ପ୍ରଥମେ ଝାରଖଣ୍ଡ ତା’ ପରେ କଲିକତା ଏବଂ ବର୍ତ୍ତମାନ ସେଣ୍ଟର ଟିମ୍‌ର ଗୋଲ କିପର୍‌ ଭାବରେ ଚୟନ ହୋଇଛନ୍ତି ବିଶ୍ୱନାଥ ବିଶ୍ଵାଳ । ଶ୍ରୀ ବିଶ୍ୱନାଥ ବିଶ୍ଵାଳ କହିଛନ୍ତି ଯେ, ସେ ନିଜ ଗାଁଁର ଟିମ ଯୁଗଜ୍ୟୋତି ଫୁଟବଲ ଆସୋସିଏସନ୍‌ ତରଫରୁ ଖେଳୁଥିଲେ, ତାଙ୍କର ଏହି ସଫଳତା ପଛରେ ଯୁଗଜ୍ୟୋତି ଫୂଟବଲ ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ମାନଙ୍କ ଭଲ ପାଇବା ଅଛି ବୋଲି କହିବା ସହ ଫୁଟବଲ କୋଚ ଶ୍ରୀ ଅଶୋକ ବାରିକ, ଶ୍ରୀ ପରାଶର ସ୍ୱାଧୀନ ବାଗ ଏବଂ ଶ୍ରୀ ସୁରେନ୍ଦ୍ର ସେଠଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପ୍ରକାଶ ଥାଊ କି ବିଶ୍ୱନାଥ ଜଣେ ସମାଜସେବୀ ମଧ୍ୟ, ଜିଲ୍ଲା ଯୁବ କୁଲୁତା ସମାଜ ବଲାଙ୍ଗିର ପୁଇଁନ୍ତଲା ବ୍ଲକର ଉପସଭାପତି ଭାବରେ ଦାୟିତ୍ୱ ବହନ କରି ସମାଜ ପାଇଁ ଅନେକ ସେବା ମୂଳକ କାମ କରି ଆସିଛନ୍ତି । ଶ୍ରୀ ବିଶ୍ୱାଳଙ୍କର ଏଭଳି ସଫଳତା ପାଇଁ ଜିଲା ଯୁବ କୁଲୁତା ସମାଜ ବଲାଙ୍ଗିର ତରଫରୁ ଅନେକ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.