ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ ) : ବିଶ୍ଵ ଦିବ୍ୟାଙ୍ଗ ଦିବସରରେ ଗତ ରବିବାର ଦିନ ମ.ରାମପୁର ସ୍ଥିତ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ଦିବ୍ୟାଙ୍ଗ ଅନ୍ତେବାସୀ ସଭାପତି ଟୁନି ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ ଦିଵ୍ୟାଙ୍ଗମାନଙ୍କୁ ନେଇ ମ.ରାମପୁର ସହରରେ ଏକ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ରାଜପରିବାରର ବୋହୂ ସଂଯୁକ୍ତା ସିଂହଦେଓ ଯୋଗଦେଇ ସେମାନଙ୍କ ଉତ୍ସାହ ବର୍ଦ୍ଧନ କରି ସେମାନଙ୍କ ସହିତ ସହର ପରିକ୍ରମା କରିଥିଲେ । ସନ୍ଧ୍ୟାକାଳୀନ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଚିତ୍ତ ରଂଜନ ବାଗଙ୍କ ସଭାପତିତ୍‌ତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ମୁଖ୍ୟ ବକ୍ତା ଭାବେ ସ୍ଵେଚ୍ଛାସେବୀ ସଂସ୍ଥା ସେବା ଜଗତର ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ମ.ରାମପୁର ତହସିଲଦାର ସୁଧାକର ରଇତ, ସମାଜ ସେବୀ ସଂଯୁକ୍ତା ସିଂହ ଦେଓ, ମ.ରାମପୁର ସରପଂଚ ବୀଣାପାଣି ସାହୁ, ବିବେକ ସେନା ଅଧ୍ୟକ୍ଷ ଶିବରାମ ନାୟକ ଆଦି ଯୋଗ ଦେଇ ଦିବ୍ୟାଙ୍ଗମାନେ ଅକ୍ଷମ ନୁହନ୍ତି ସକ୍ଷମ ବୋଲି ମତ ରଖିଥିଲେ । ଗତ ୨ତାରିଖରେ ହୋଇଥିବା ଦିବ୍ୟାଙ୍ଗ କ୍ରିକେଟ ଟି୨୦ର ବିଜେତା ବରଗଡ଼ ଟିମ୍ ଓ ରନର୍ସ ଅପ୍ ମ.ରାମପୁର ଟିମ୍‌କୁ ଏବଂ ହାଣ୍ଡି ପିଟା, ବକ୍ତୃତା ଓ କଣ୍ଠ ସଙ୍ଗୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗମାନଙ୍କ ଦ୍ଵାରା ସୁମଧୁର ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲ । ସମସ୍ତ କାର୍ଯ୍ୟକ୍ରମକୁ ମୀନେଶ ସାହୁ , ହିତେନ୍ଦ୍ର ମହାନ୍ତି, ସୁଶାନ୍ତ ମିଶ୍ର, ପ୍ରଦୀପ ପଣ୍ଡା ପରିଚାଳନା କରିଥିବାବେଳେ ଅଞ୍ଚଳର ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.