oom

ରୁଗୁଡ଼ିଖାଲ ବିଶ୍ୱ ଶାନ୍ତି ଶ୍ରୀରାମ ଚରିତ ମାନସ ଯଜ୍ଞ

jsmm
  • ରାବଣ ଦରବାର ମୁଖ୍ୟ ଆକର୍ଷଣ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ନିକଟସ୍ଥ ରୁଗୁଡ଼ିଖାଲ୍ ସ୍ଥିତ ମାନସ ବିହାରରେ ଚାଲିଥିବା ବିଶ୍ୱ ଶାନ୍ତି ଶ୍ରୀରାମ ଚରିତ ମାନସ ଯଜ୍ଞର ଷଷ୍ଠ ଦିନର ସାଂସ୍କୃତିକ ସନ୍ଧ୍ୟାର ତୃତୀୟ ଦିବସ । ଏହି ଅବସରରେ ଆୟୋଜିତ ରାବଣ ଦରବାରରେ ରାଜକୀୟ ଅତିଥିଭାବରେ ବରିଷ୍ଠ କଂଗ୍ରେସ ନେତା ଦିଲୀପ କୁମାର ବେହେରା, ଆଗଲପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ମନମୋହନ ପଟେଲ, ଲୋଇସିଂହା ବ୍ଲକ କଂଗ୍ରେସ କମିଟି ସଭାପତି ଅରବିନ୍ଦ ସାହୁ, ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ସଂପାଦକ ଶ୍ୟାମ ସୁନ୍ଦର ମେହେର, ପଟୁଆପାଲି ସରପଞ୍ଚ ରବୀନ୍ଦ୍ର ବସ୍ତିଆ, ମାନସ ଯଜ୍ଞ କମିଟି ସଭାପତି ଯୁଧିଷ୍ଠିର ପଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ରାଜକୀୟ ଅତିଥି ଶ୍ରୀ ବେହେରା ଏହି ମାନସ ବିହାରରେ ଏକ ମହିଳା କଲେଜ ସହିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଦରବାର ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ପଟେଲ ରଗୁଡ଼ିଖାଲର ନାମ ପରିବର୍ତ୍ତନ କରି ମାନସ ବିହାର ରଖାଯାଉ ବୋଲି ଆୟୋଜକଙ୍କୁ ପ୍ରସ୍ତାବ ଦେଇଥିଲେ । ସେହିପରି ଅବ୍ୟ ରାମ ସମ୍ମାନୀତ ଅତିଥି ଶ୍ରୀ ମେହେର ଏହି ମାନସ ଯଜ୍ଞ ଏ ଅଞ୍ଚଳବାସୀଙ୍କୁ ଏକତାର ପରିଚୟ ଦେଇଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଦରବାର କାର୍ଯ୍ୟକ୍ରମକୁ ଜ୍ୟୋତି ପ୍ରକାଶ ସାହୁ ଓ ସରୋଜ ମାହକୁର ସଂଯୋଜନା କରିଥିଲେ । ଏହି ମାନସ ଯଜ୍ଞରେ ଦିନ ବେଳା ଯଜ୍ଞ, ପ୍ରବଚନ, ପାରାୟଣ ସହିତ ଅନ୍ନ ପ୍ରସାଦ ସେବନ ଚାଲିଛି । ଏହାସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ରାବଣ ଦରବାରରେ ରାବଣ ଭୂମିକାରେ ଅଭିନୟ କରୁଥିବା ବିଶିଷ୍ଟ ମଞ୍ଚ କଳାକାର ରବୀନ୍ଦ୍ର ସାହୁଙ୍କ ଅଭିନୟ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗଉଛି । ଏହାସହ ମୀନା ବଜାରରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରବକ ଭିଡ ଜମୁଛି । ଶେଷରେ ସଭାପତି ଶ୍ରୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.