ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରରେ ବିଶାଳ ଚାଷୀ ସମାବେଶ ରାଜ ବୋଡ଼ାସମ୍ବର କୃଷକ ସଂଗଠନ ଡାକରାରେ ଆୟୋଜିତ ସମାବେଶରେ ଯୋଗ ଦେଲେ ସଂଯୁକ୍ତ କିଷାନ ମୋର୍ଚା ଦିଲ୍ଲୀ ଓ ଭୁବନେଶ୍ୱର ପ୍ରତିନିଧି ଦଳ । ସେହିପରି ସମାବେଶରେ ସାମିଲ ହେଲା ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ମୟ ସମିତି । ୧୪ଦଫା ଦାବି ପୂରଣ ନେଇ ଏକାଠି ହେବେ ପଶ୍ଚିମ ଓଡ଼ିଶାର ଚାଷୀ । ପଦ୍ମପୁର ଉପଖଣ୍ଡକୁ ନୂତନ ଜିଲ୍ଲା ଘୋଷଣା କରାଯିବା ସହିତ ଚାଷୀ ଓ ମହିଳା ଗ୍ରୁପର ଋଣ ଛାଡ଼, ସମସ୍ତ ଜମିକୁ ଜଳ ସେଚନ, ବିଦ୍ୟୁତ ବିଲ ଛାଡ଼, ୩୦୦ୟୁନିଟ ବିଦ୍ୟୁତ ମାଗଣା, ଧାନର କୁଇଣ୍ଟାଲ ୫ ହଜାର ଟଙ୍କା ବୃଦ୍ଧି ଆଦି ନେଇ ୧୪ଦଫା ଦାବି ପୂରଣ କରିବାକୁ ଚାଷୀ ସଂଗଠନ ସରକାରଙ୍କ ପାଖରେ ଦାବି କରିଥିବା ସୂଚନା ମିଳିଛି ।