oom

ବିଶାଳ କୂଳ କୁଲତା ସମାଜର ୫୬ତମ ବାର୍ଷିକୋତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ମହୁଲପାଲିର ବୁକୁରାମୁଣ୍ଡା ଶ୍ରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପ୍ରାଙ୍ଗଣରେ, ମହୁଲପାଲି ଶାଖା କେନ୍ଦ୍ରର କୁଲତା ସମାଜ ୫୬ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମହୋତ୍ସବକୁ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ନାରାୟଣ ସାହୁ ତାଙ୍କ ଅମୁଲ୍ୟ ସମୟକୁ ଜଳାଞ୍ଜଳୀ ଦେଇ ଯୋଗଦେଇ ଥିବାବେଳେ, ମୁଖ୍ୟବକ୍ତା ଭାବେ କଂଗ୍ରେସ ସାହୁ ଯୋଗଦେଇ କୁଲତା ସମାଜର ଗର୍ବ ଓ ଗୈାରବ ବଢ଼ାଇଥିଲେ । ପଶ୍ଚିମ ଓଡ଼ିଶାର ପବିତ୍ର ନୃସିଂହନାଥ ପୀଠରେ ଥିବା କାର୍ୟ୍ୟକାରିଣୀ ସଭାର ସମସ୍ତ ସଦସ୍ୟ ତଥା ଅଧିନସ୍ଥ ସମସ୍ତ ଶାଖା କେନ୍ଦ୍ରର ସଭାପତି, ସମ୍ପାଦକ ଓ ସମସ୍ତ କାର୍ୟ୍ୟକର୍ତ୍ତାମାନଙ୍କ ଉପସ୍ଥିତିରେ ଏକ ବିରାଟ ସାଧାରଣ ସଭା ଦହିଗାଁ ଶାଖା କେନ୍ଦ୍ରର ସଭାପତି ସନାତନ ଭୋଇଙ୍କ ଅଧ୍ୟକ୍ଷତାରେ ଦିବା ୧୧ ଘଟିକା ସମୟରେ ଆରମ୍ଭ ହୋଇଥିଲା । ପ୍ରାରମ୍ଭେ ଅତିଥି ଗଣ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ କେନ୍ଦ୍ରରୁ ଆସିଥିବା ସଭାପତିମାନଙ୍କ ମଧ୍ୟରୁ ଅନ୍’କିରୁ ଓମ୍ ପ୍ରକାଶ ପ୍ରଧାନ, କନସିଂହା କେନ୍ଦ୍ରରୁ ସଦାନନ୍ଦ ବଢ଼େଇ, ଦେଉଳୀ କେନ୍ଦ୍ରରୁ ସତ୍ୟ କୁମାର ତୁରିଆ, ଦହିଗାଁ ସଭାପତି ସନାତନ ଭୋଇ, ସମ୍ବଲପୁରୀ କେନ୍ଦ୍ରରୁ ନିମନ୍ତ୍ରିତ ଅତିଥି ଭାବେ ଅରକ୍ଷିତ ପ୍ରଧାନ ଇତ୍ୟାଦି ଯୋଗଦାନ କରି ତାଙ୍କ କୁଲତା ସମାଜର ବ‌ର୍ତ୍ତମାନ ଓ ଭବିଷ୍ୟତକୁ ଆଖି ଆଗରେ ରଖି ସୁଚିନ୍ତିତ ମତାମତ ମାନେ ପ୍ରଦାନ କରିଥିଲେ । ସଭାରେ ସମାଜ ସଂଗଠନର ଦୃଢ଼ୀକରଣ ସକାଶେ ବିଭିନ୍ନ ଆଗନ୍ତୁକ ଅତିଥିମାନଙ୍କୁ ଗଠନ ମୂଳକ ସମାଜ ସଂସ୍କାର, କୃଷିଭିତ୍ତିକ ଶସ୍ୟ ଉତ୍ପାଦନ, ପୂଜ୍ୟପୂଜା ଯୋଗ୍ୟ ସଜ୍ଜନମାନଙ୍କ ଆଦେଶ, ଉପଦେଶ ଓ ପରାମର୍ଶ ନୀତି ପ୍ରତି ନିଜର ଆଦର୍ଶ ରୂପରେ ଉପଦେଶକୁ ଗ୍ରହଣ କଲେ ସୁସ୍ଥ ଓ ନିରାମୟ ସୁଦୃଢ଼ ସମାଜ ଦିଗରେ ସହାୟକ ହୋଇ ପାରିବ । ଜରାଜୀର୍ଣ୍ଣ ଅବସ୍ଥାରେ ଅବହେଳିତ ପୂଣ୍ୟ ପୀଠ ଶ୍ରୀ ଶ୍ରୀ ନୃସିଂହନାଥ ସମସ୍ୟାକୁ ଦୃଷ୍ଟିରେ ରଖି ଯଥା ସମ୍ଭବ ପଦକ୍ଷେପ ହାତକୁ ନେବାପାଇଁ ନୃସିଂହନାଥ ଅଞ୍ଚଳର ଯୁବଗୋଷ୍ଠୀଙ୍କ ପଦକ୍ଷେପକୁ ସଭାରେ ଭୁରି ଭୁରି ପ୍ରଶଂସା କରାଯାଇଥିଲା । ଶେଷରେ ଏହି ସମସ୍ତ କାର୍ୟ୍ୟର ସଫଳତା ମହୁଲ ପାଲି କେନ୍ଦ୍ରର ସଭାପତି ଯୁବରାଜ ପ୍ରଧାନ, ସମ୍ପାଦକ ମହେନ୍ଦ୍ର ପ୍ରଧାନ, କାର୍ୟ୍ୟକାରୀ ସଦସ୍ୟ ଲିଙ୍ଗରାଜ ପ୍ରଧାନ,ସହ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ସାହୁ, କୋଷାଧ୍ୟକ୍ଷ ନୃପରାଜ ପ୍ରଧାନ ଓ କାର୍ୟ୍ୟକର୍ତ୍ତାଙ୍କ କାର୍ୟ୍ୟାବଳୀ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ବରିଷ୍ଠ ଶିକ୍ଷକ ଟୁକୁନି ସାହୁ ମତ ବ୍ୟକ୍ତ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ଅନେକ ସମାଜର ଭାଇ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.