tur
shyamlal

ଝରଣା ପାଣିକୁ ବିଷାକ୍ତ କରୁଛି ବାଲାଜୀ ସିଡ୍‌ସ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ପ୍ରକୃତିର, ଅବଦାନ ଲୋକ ମାନଙ୍କ ପାଇଁ ସାଜିଛି ଜୀବନ ବିନ୍ଦୁ । ଗନ୍ଧମାର୍ଦ୍ଦନ ପର୍ବତ ଶିଖରରୁ ଅନେକ ଝରଣା ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ପାଇକମାଲ ମଧ୍ୟ ଭାଗରେ ବହି ଯାଇଥିବା ଝରଣାଟି ବର୍ତ୍ତମାନ ବିଷାକ୍ତ ହୋଇ ଯାଇଛି । ଏହି ଝରଣାର ପାଣିକୁ ପାଇକମାଲ, ସାଲେପାଲି, ବଇଦପାଲି, ହିରାପୁର, କେନାବୁଦା ଆଦି ଅନେକ ଗାଁର ଲୋକେ ନିର୍ଭର କରନ୍ତି । ବର୍ତ୍ତମାନ ଏହି ପାଣି ଏତେ ପରିମାଣର ବିଷାକ୍ତ ହୋଇ ଯାଇଛି ଯେ ପାଣିକୁ ବ୍ୟବହାର କରିପାରୁ ନାହାନ୍ତି ଅଞ୍ଚଳର ଲୋକେ । ଏହି ଝରଣା ପାଖିପାଖି ବୈଷ୍ଣଦେବୀ ରାଇସ୍‌ ମିଲ୍‌ ଓ ବାଲାଜୀ ସିଡ୍‌ସ୍‌ର ମାଲିକ କଳକାରଖାନା ଲଗାଇଥିବା ସ୍ଥଳେ ଏହି କାରଖାନାର ବର୍ଯ୍ୟ ପାଣି ସବୁକୁ ଝରଣା ପାଣିରେ ଛାଡି ଦିଆଯାଉଛି । ଫଳରେ ପାଣିରେ ଥିବା ଜୀବ ସହିତ ଅଞ୍ଚଳର ଲୋକ ମାନଙ୍କର ବ୍ୟବହାରରେ ଆସି ପାରୁନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟ ପ୍ରଦୁଷଣ ବିଭାଗ ନୀରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହେଉଛି । ଆଗକୁ ଅଞ୍ଚଳର ଲୋକ ମାନଙ୍କ ସହିତ ଗାଈଗୋରୁ, ଛେଳିମେଣ୍ତା ଆଦି ଜୀବଜତୁ ବହୁ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି । ଗରିବ, ଖଟିଖିଆ, ଚାଷୀ ସମସ୍ତେ ଏହି ଝରଣା ପାଣିକୁ ଚାଷ କାର୍ୟ୍ୟରେ ବ୍ୟବହାର କରୁଥିଲେ । କିନ୍ତୁ ଏହା ଆଉ ବ୍ୟବହାର ଯୋଗ୍ୟ ହୋଇ ପାରୁନାହିଁ । ରାଜ୍ୟ ପ୍ରଦୁଷଣ ବିଭାଗ ଏହାର ଉଚିତ ତଦନ୍ତ କରି ପାଇକମାଲ ନିକଟସ୍ଥ ଝରଣାକୁ ସ୍ୱଚ୍ଛ କରିବା ପାଇଁ ପ୍ରୟାସ କଲେ ଅଞ୍ଚଳର ଜନ ସାଧାରଣ ଉପକୃତ ହେବେ ବୋଲି ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.