ବଙ୍ଗୋମୁଣ୍ଡାଠାରେ ସ୍ୱର୍ଗତ ଗୁଣନିଧି ବାଗଙ୍କୁ ନ୍ୟାୟ ଏବଂ ଓଡ଼ିଶା ସରକାରର ଜାତିବାଦ ପ୍ରଥାକୁ ବିରୋଧ ପ୍ରଦର୍ଶନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଖଲିଆପାଲି ଗାଁରେ ଘଟିଥିବା ଜାତିବାଦର ଶିକାର ହୋଇଥିବା ସ୍ୱର୍ଗତ ଗୁଣନିଧି ବାଗକୁ ନ୍ୟାୟ ପ୍ରଦାନ କରାଯାଉ ଏବଂ ଓଡ଼ିଶା ସରକାରର ଜାତିବାଦ ପ୍ରଥା ବିରୋଧ କରି ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଆମ୍ବେଦକର ଛକଠାରେ ବଙ୍ଗୋମୁଣ୍ଡା ଗଣ୍ଡା ସମାଜ ତରଫରୁ ଗୁଣନିଧି ବାଗଙ୍କ ଛବି ସମ୍ମୁଖରେ ଦୀପ ଦାନ କରି ଶୋକ ପାଳନ କରିଥିଲେ । ସୂଚନା ଯୋଗ୍ୟ ଯେ, ଗତ ଶନିବାର ସନ୍ଧ୍ୟାରେ ଜାତିଆଣ ଭେଦଭାବକୁ ନେଇ ଗୁଣନିଧି ବାଗଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତାମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.