ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଦିନକୁ ଦିନ ୟୁରିଆ ସାରର ଅଭାବ ଦେଖା ଦେଇଥିବା ବେଳେ ଚଢା ଦରରେ ବିକ୍ରି ଅଭିଯୋଗ ହେଉଛି । ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ପଞ୍ଚାୟତର ଚାଷୀଙ୍କୁ ୟୁରିଆ ସାର ବିକ୍ରି ନ କରି ସ୍ଥାନୀୟ ରିଟେଲର ଜିତେନ୍ଦ୍ର ସାହୁ ଏକ ପିକଅପ ଯୋଗେ ଅନ୍ୟତ୍ର ବେଆଇନ ଭାବେ ଚାଲାଣ କରୁଥିବା ବେଳେ ଗ୍ରାମବାସୀ ସାର ବୋଝେଇ ପିକଅପକୁ ଅଟକ ରଖି ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି । ରିଟେଲରଙ୍କ ଲାଇସେନ୍ସ ରଦ୍ଦ କରିବା ପାଇଁ ପଂଚାୟତ ବାସୀମାନେ ଦାବି କରିଛନ୍ତି ।