ବଲାଙ୍ଗିର ସହରର କନ୍ଧପାଲିପଡ଼ାରୁ ତାଲପାଲିପଡ଼ାକୁ ଯାଇଥିବା ରାସ୍ତାର ପୋଲ ମଝିରେ ବିରାଟ ଗର୍ତ୍ତ : ବିଭାଗୀୟ ଅଧିକାରୀ ଧ୍ୟାନ ଦେବାକୁ ଦାବୀ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର କନ୍ଧପାଲିପଡ଼ାରୁ ତାଲପାଲିପଡ଼ାକୁ ଯାଇଥିବା ରାସ୍ତା ତଥା କନ୍ଧପାଲିପଡ଼ାର ଅଶ୍ୱିନୀ ସାଏଙ୍କ ଘର ସାମ୍ନାର ପୋଲ ମଝିରେ ଏକ ବିରାଟ ଗର୍ତ୍ତ ହୋଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ଅନେକ ଲୋକ ଯାତାୟତ କରୁଥିବା ବେଳେ ପୋଲ ମଝିରେ ବିରାଟ ଗର୍ତ୍ତ ହୋଇଥିବାରୁ କତେବେଳେ ବି କାହାର କିଛି ଅଘଟଣ ଘଟି ଘଟିପାରେ । ତେବେ ଏଥିପ୍ରତି ବିଭାଗୀୟ ଅଧିକାରୀ ଧ୍ୟାନ ଦେବାକୁ ପଡ଼ାବାସୀ ଦାବୀ କରିଛନ୍ତି ।