oom

ପୂର୍ବତନ ସରପଂଚ ତଥା ଖରଜୁରା ଗ୍ରାମର ଗଉଁନ୍ତିଆ ବୀରସିଂହ ଦୀପଙ୍କ ପରଲୋକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ଖରଜୁରା ଗ୍ରାମର ଗଉଁନ୍ତିଆ ତଥା ପୂର୍ବତନ ସରପଂଚ ବୀରସିଂହ ଦୀପଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ଦୀପ ୧୯୮୦ରୁ ୧୯୮୪ ଏବଂ ୧୯୮୪ ମସିହାରୁ ୧୯୮୯ ଲଗାତାର ଦୁଇ ଥର ବୁବେଲ ଗ୍ରାମ ପଂଚାୟତର ସରପଂଚ ରୂପେ ନିର୍ବାଚିତ ହୋଇଥିଲେ ଏବଂ ବୁବେଲ ସେବା ସମବାୟ ସମିତିର ସଭାପତି ଥିଲେ । ବୁବେଲ ଗ୍ରାମ ପଂଚାୟତର କିଛି ଶିକ୍ଷାପ୍ରେମୀଙ୍କୁ ନେଇ ଅନୁଷ୍ଠିତ ନିଧିସାଗର ବିଦ୍ୟାପୀଠର ସକ୍ରିୟ ସଦସ୍ୟ ଥିଲେ । ତାଙ୍କ ସମୟରେ ବୁବେଲ ପଂଚାୟତର ବହୁବିଧ ଉନ୍ନୟନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅନ୍ତିମ ଶୋଭାଯାତ୍ରାରେ ଅଂଚଳର ଶତାଧିକ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ସହ ତାଙ୍କର ଦୁଇ ପୁଅ କମଳ ଲୋଚନ, ଶଙ୍ଖେଶ୍ୱର, ବୋହୁ, ନାତି ପଂଚାନନ, ଶ୍ରଦ୍ଧାକର, ପ୍ରଶାନ୍ତ, ଆୟୁଷ, ଆଶିଷ, ନାତୁଣୀ ଶୁଭଶ୍ରୀ, ଝରଣା, ରାଜଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜନୈତିକ ମହଲରେ ତାଙ୍କର ବିୟୋଗରେ ପୁଇଁନ୍ତଲା ବ୍ଲକ ତଥା ବୁବେଲ ପଂଚାୟତରେ ଅପୁରଣୀୟ କ୍ଷତି ହେଲା ବୋଲି ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୁମରମଣି ସେଠ, ବୁବେଲ ସରପଂଚ ସରିତା ମିଶ୍ର, ଯୁବନେତା ସାନନ୍ଦ ମିଶ୍ର, ବିଜୟ କୁମାର ରାଉତ ତଥା ଅଂଚଳର ସମସ୍ତ ବୁଦ୍ଧିଜୀବୀ ମତବ୍ୟକ୍ତ କରିବା ସହ ଶୋକପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.