ଡୁମେରଗୁଡ଼ା ଡଙ୍ଗାବାହାଲ ଶ୍ରୀରାମଲୀଳା : ଦ୍ୱିତୀୟ ରଜନୀରେ ବିପୁଳ ଦର୍ଶକଙ୍କ ସମାଗମ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ଡ଼ମ୍ କର୍ଲାଖୁଣ୍ଟା ପଞ୍ଚାୟତର ଡୁମେରଗୁଡ଼ା ଡଙ୍ଗାବାହାଲ ଶ୍ରୀରାମ ଜୀଉ ନାଟ୍ୟ କଳା ପରିଷଦ ତରଫରୁ ୭୩ତମ ବର୍ଷ ଦ୍ୱିତୀୟ ରଜନୀର ଶ୍ରୀରାମଲୀଳା ନାଟକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପରିଚାଳକ ସୁଦାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମ. ରାମପୁର ବ୍ଲକ୍ କଳାକାର ସଂଘ ଉପସଭାପତି ତଥା ବରିଷ୍ଠ କଳାକାର ଶ୍ରୀପତି ପଟ୍ଟନାୟକ, ସମ୍ମାନୀତ ଅତିଥି ନାଟ୍ୟକାର, ନିର୍ଦେଶକ ପଣ୍ଡିତ ସୁରେନ୍ଦ୍ର ମିଶ୍ର ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ସଭା କାର୍ଯ୍ୟ ପରେ ଦ୍ୱିତୀୟ ରଜନୀର ନାଟକୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଭିନୀତ ନାଟକରେ ରାମ : ପୁଷ୍ପେନ୍ଦ୍ର ସାହୁ, ଲକ୍ଷ୍ମଣ : ମାନସ ରଞ୍ଜନ ପଧାନ, ସୀତା : ନୀବାସ ପାତ୍ର, ଦଶରଥ : ହରିହର ପାତ୍ର, ବିଶ୍ଵାମିତ୍ର : ମନୋହର ପାତ୍ର ଭୂମିକାରେ ଜୀବନ୍ତ ଅଭିନୟ କରି ଦର୍ଶକଙ୍କୁ ନାଟକର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖି ପାରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ସଭାପତି ଭୀଷ୍ମ ସାହୁ, ସମ୍ପାଦକ ତୋଫାନ ଭୋଇ, ବରିଷ୍ଠ ସଦସ୍ୟ ଗଣେଶ ସାହୁ, ଜନ୍ମେଜୟ ବିଶ୍ଵାଳ, ବଦ୍ରିନାରାୟଣ ନାଏକ, ଜନକଧାରୀ ପଧାନ ସହଯୋଗ କରିଥିଲେ । ଦ୍ୱିତୀୟ ରଜନୀରେ ଶିବ ଧନୁ ଭଗ୍ନ, ତାଡକା ରାକ୍ଷସୀ ବଧ, ଅହଲ୍ୟା ଉଦ୍ଧାର ଆଦି ଦୃଶ୍ୟ ମଞ୍ଚାୟନ ହୋଇଥିଲା । ଚଳିତ ବର୍ଷ ଏହି ରାମଲୀଳା ମହୋତ୍ସବ ୯ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.