ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଆଷାଢ ୨୦ ତାରିଖ ଦିନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବଲାଙ୍ଗିର ତେଲିଗୋଠପଡାରେ ନିର୍ମାଣ କରୁଥିବା ବାଉଁଶରେ ତିଆରି ବିଂଛଣା ପ୍ରଥମ କରି ବଲାଙ୍ଗିର ଜିଲ୍ଲାରୁ ସେବାୟତ, ଅତିଥି, ରେଡକ୍ରସ, ଅଗ୍ନିଶମ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଓ ଭକ୍ତମାନଙ୍କୁ ୩ ହଜାର ବିଂଛଣା ପ୍ରଦାନ କରାଯିବ । ଏଥିପାଇଁ ଦୀର୍ଘ ଦିନରୁ କାରିଗରମାନଙ୍କ ପ୍ରଚେଷ୍ଠା ଓ ସଙ୍କେତ ଅନୁଷ୍ଠାନ ସହ ବଲାଙ୍ଗିର ପ୍ରେସ କ୍ଲବ ସଭାପତି ଓ ପ୍ରଶାନ୍ତ ମହାକୁର ପ୍ରସ୍ତାବ ଦେଇଥିବା ବେଳେ କୁନୁ ପାତ୍ର ଓ ତାଙ୍କ ପରିବାର ଏହି ବାଉଁଶ ତିଆରି ବିଂଛଣା ନିର୍ମାଣ କରିଥିଲେ । ବଲାଙ୍ଗିରର ବିଂଛଣା ଯାଇ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସେବାରେ ଲାଗୁଥିବାରୁ ସ୍ଥାନୀୟ ଅଂଳରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ କେମତି ସ୍ଥାନୀୟ ବାଉଁଶ କାରିଗରଙ୍କ ରୋଜଗାର ବଢିବ ସେଥିପାଇଁ ଆହୁରି ଅଭିନବ ପ୍ରଚେଷ୍ଟା କରାଯିବ ବୋଲି ଅରୁଣ ମିଶ୍ର କହିଥିଲେ । ଡିଜିଟାଲ ଯୁଗରେ ବାଉଁଶ ବିଂଛଣାର ଚାହିଦା ଦିନକୁ ଦିନ କମି ଯାଉଥିବାରୁ ହାତ ବାନ୍ଧି ବସିଛନ୍ତି ବାଉଁଶ କାରିଗର । ଏଣୁ ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି । ମାଲୁ ଷାଣ୍ଢ, ଘାସିରାମ ଦୀପ, ଆକୁଲ ବଗର୍ତ୍ତି ଓ ବଲାଙ୍ଗିର ଘରୋଇ ବସ ମାଲିକ ସଂଘ ପ୍ରମୁଖ ସହଯୋଗ କରିଥିଲେ ।