ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ବୁଧବାର ବ୍ରହ୍ମପୁରରୁ ଆସିଥିବା ପାଣିଗ୍ରାହୀପେଣ୍ଠ ଦଣ୍ଡନାଚ ପ୍ରଥମ ଥର ପାଇଁ ପଦାର୍ପଣ କରି ଦଣ୍ଡନାଚ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଛତ୍ରପୁର ଦର୍ଶକଙ୍କୁ ବିମୋହିତ କରିଛି । ତେରଭୁକ୍ତାଙ୍କ ସହ ମା’ ଦଣ୍ଡକାଳୀଙ୍କ ଯାତ୍ରାର ବିଧିବିଧାନ ପୂର୍ବକ ମହନୀୟ ଗଣପର୍ବ ଏଠାକାର ଜନସାଧାରଣ ତଥା ଭକ୍ତଙ୍କୁ ଆଚମ୍ବିତ କରିଛି । ରିକାପଲ୍ଲୀ ଯୁବଗୋଷ୍ଠୀ ଦ୍ୱାରା ଆୟୋଜିତ ଏହି ଦଣ୍ଡପାର୍ଟି ଆହ୍ୱାନ କରି ମା’ ଦଣ୍ଡକାଳୀଙ୍କ ଆବାହନ କରି ଛତ୍ରପୁର ସହର ପରିକ୍ରମଣ ଛତ୍ରପୁର ସହରବାସୀଙ୍କୁ ଭକ୍ତିଭାବା ବେଗର ସହ ଭକ୍ତିମୟ ପରିବେଶରେ ଆହ୍ଲାଦିତ କରିଦେଇଥିଲା । ମା’ ଦଣ୍ଡକାଳୀଙ୍କ ବୀଣାକାର ନୃତ୍ୟ, ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ସନ୍ଧ୍ୟା ଆରତୀ, ରାତ୍ରୀ ଅନ୍ନପ୍ରସାଦ ଭୋଜନ, ମଞ୍ଚ ଉପରେ ଦଣ୍ଡପୁରାଣ ପରିବେଷଣ ଖୁବ୍ ଚମତ୍କାର ପ୍ରଦର୍ଶନରେ ଭକ୍ତଗଣ ଭକ୍ତିଭାବାବେଗ ସମସ୍ତେ ଏକାକାର ହୋଇ ଉଠିଥିଲେ । ପ୍ରକାଶ ଥାଉକି, ବ୍ରହ୍ମପୁର ପାଣିଗ୍ରାହୀପେଣ୍ଠ ଦଣ୍ଡନାଚ ପାର୍ଟି ପ୍ରାୟତଃ ୫୨ ବର୍ଷର ପ୍ରାଚୀନ ମା’ ଦଣ୍ଡକାଳୀଙ୍କ ଶାକ୍ତଧର୍ମର ପରମ୍ପରା ଖୁବ୍ ମହନୀୟ ପରମ୍ପରା ରହିଛି । ଏଥିରେ ମା’ ଦଣ୍ଡକାଳୀଙ୍କ ପାଟଭୁକ୍ତାଙ୍କ ଭୂମିକା ଧାର୍ମିକ ଅଭିନୟ ପ୍ରଚଳିତ ପ୍ରଥା ମହତପୂର୍ଣ୍ଣ ଅଟେ । ଏହି ଦଣ୍ଡନାଚ ପାର୍ଟିରେ ୭୦୧ ଜଣ ତେରଭୁକ୍ତାଙ୍କ ଅଂଶଗ୍ରହଣ ଏବଂ ମା’ ଦଣ୍ଡକାଳୀଙ୍କ ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଶହସ୍ର ଶହସ୍ର ସଂଖ୍ୟାରେ ଭକ୍ତଙ୍କ ଗହଳି ଲାଗି ରହିଥିଲା ।
Prev Post