oom

କଂଗ୍ରେସ ପକ୍ଷରୁ କୃଷକ ବିରୋଧୀ ବିଲ୍‌ ପ୍ରତ୍ୟାହାର ଦାବୀ ଓ ପଦଯାତ୍ରା

jsmm

କଳାହାଣ୍ଡି, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ କୃଷି ବିଲ ପ୍ରତ୍ୟାହାର ଦାବୀ କରି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ କଂଗ୍ରେସ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବ୍ଳକ ବିଡ଼ିଓଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସମ୍ପାଦକ ତଥା ଯୁବନେତା ସମୀର ଚାନ୍ଦଙ୍କ ନେତୃତ୍ବରେ ନର୍ଲା ଚାରିଛକରୁ ଏକ ଶୋଭାଯାତ୍ରାରେ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇ ନର୍ଲା ବ୍ଳକ ଅଫିସ ଆଗରେ ପହଞ୍ଚିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ୟାସଦେବ ବେହେରାଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ନର୍ଲା କଂଗ୍ରେସ ପକ୍ଷରୁ ଦିପୁ ପାତ୍ର, ସୁଦାମ ପଧାନ, ମୁକେଶ ବିଭାର, ଲାଲମୋହନ ଦାସ, ତନୁ ମାଝୀ, ବସନ୍ତ ଅଗ୍ରୱାଲ, ଲାଲୁ ବଡ଼ପଣ୍ଡା, ଘାସିରାମ ଗଣ୍ଡ, ଫିଟୁ ବାଗ ପ୍ରମୁଖ ଉପସ୍ଥିତ ରହି ପୁଣି ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରି ସରକାରୀ ବିରୋଧୀ ନାରାବାଜି ଦେଇଥିଲେ। ସେହିପରି କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଳ ଓ ଯୁବନେତା ସାଗର ଚରଣ ଦାସଙ୍କ ନେତୃତ୍ୱରେ ସଦର ବ୍ଳକ ଅନ୍ତର୍ଗତ ଦେପୁରଠାରୁ ଭବାନୀପାଟଣା ଗାନ୍ଧୀ ପାର୍କ ପର୍ୟ୍ୟନ୍ତ ୧୦ କିମି ପଦଯାତ୍ରାରେ କଂଗ୍ରେସ କର୍ମୀ ମାନେ ସାମିଲ ହୋଇଥିଲେ ।
ଏହି ଅବସରରେ ଗାନ୍ଧୀ ପାର୍କ ସ୍ଥିତ ଗାନ୍ଧୀ ମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଉଛବ ସାହୁ,ବ୍ରଜ ସାହୁ, ମିଡ଼ିଆ ସେଲ ସଂଯୋଜକ ମହମ୍ମଦ ଅଲ୍ଲୀ, ପଦ୍ମିନୀ ଯୋଷୀ, ସୁକାନ୍ତି ସରାଫ, ପରମାନନ୍ଦ ମାଝୀ, ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ଶରତ ନାଏକ, ଅବଦୁଲ ସାଜିଦ, ତ୍ରିଲୋଚନ ପାଣିଗ୍ରାହୀ, ସାଗର ପଟ୍ଟନାୟକ ସହ ଶତାଧିକ କଂଗ୍ରେସ କର୍ମୀ, ନେତା ଯୋଗ ଦେଇ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

jittmm
Leave A Reply

Your email address will not be published.