ପାଗଳା କୁକୁର କାମୁଡ଼ାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡ଼ଭେଳା ବ୍ଲକ ଚିଞ୍ଚେଡ଼ ଗ୍ରାମରେ ପାଗଳା କୁକୁର କାମୁଡ଼ାରେ ମୃତକଙ୍କ ପରିବାରବର୍ଗକୁ କ୍ଷତିପୂରଣ ଯୋଗାଇଦେବା, ବୁଲା କୁକୁରଙ୍କ ଦ୍ୱାରାତ୍ମ୍ୟରୁ ଧନ ଜୀବନ ସୁରକ୍ଷା, କୁକୁର ଘଉଡ଼ାଇବା ପାଇଁ ତୁରନ୍ତ ସ୍ୱତନ୍ତ୍ର ପଦକ୍ଷେପ ନେବା, କୁକୁର କାମୁଡ଼ାରେ ପୀଡ଼ିତ ଲୋକଙ୍କୁ ତପ୍ତରତାର ସହିତ ଉତ୍ତମ ଚିକିତ୍ସା ଯୋଗାଇ ଦେବା ଆଦି ଦାବିରେ ଆଜି ଗ୍ରାମବାସୀ ପକ୍ଷରୁ କଳାମଣ୍ଡଳ ପଡ଼ିଆରୁ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ମୃତ ଯୋଗୀନ୍ଦ୍ର ଛତ୍ରୀଆ ଜଣେ ରାଜ୍ୟସ୍ତରର ଖେଳାଳି, ମୃତ ହୃଷୀକେଶ ରଣା ଜଣେ ଗରିବ ଶ୍ରେଣୀର ଚାଷୀ । ଉଭୟଙ୍କ ମୃତ୍ୟରେ ପରିବାର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି । ଶେଷରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭରେ ଏସୟୁସିଆଇ(କମ୍ୟୁନିଷ୍ଟ) ଜିଲ୍ଲା ସମ୍ପାଦକ ସୁନୀଲ ଭୋଇ, ରାଜ୍ୟ କମିଟି ସଭ୍ୟ ଅଶୋକ ମିଶ୍ର ଜିଲ୍ଲା କମିଟି ସଦସ୍ୟ ନନ୍ଦି ଛତ୍ରୀଆ, ଏଆଇଡ଼ିଏସଓ ଜିଲ୍ଲା ସମ୍ପାଦିକା ଗୌରୀ ରାଉତ, ରମାକାନ୍ତ ରଣା, ମୃତ ହୃଷୀକେଶ ରଣାଙ୍କ ପତ୍ନୀ ତପିସା ରଣା, ମୃତ ଯୋଗୀନ୍ଦ୍ର ଛତ୍ରୀଆଙ୍କ ମା ରାଧିକା ଛତ୍ରୀଆ, ବଡ ଭାଇ ପ୍ରେମ ସାଗର ଛତ୍ରୀଆ, ହୁଏନସା ସେଠ, ତିରୁପତି ନାଗ ବିଷ୍ଣୁ ରଣା, ବଳଦେବ ନାଗ, ପିତରାମ ଜାନୀ ସହ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ଥିଲେ ।

Leave A Reply

Your email address will not be published.