କୋସଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉକ୍ରଳ ଦିବସ ପାଳନକୁ ବିରୋଧ କରି ଆଜି ସଂଧ୍ୟାରେ ସ୍ଥାନୀୟ କଚେରୀ ଛକରେ କୋସଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶା ସରକାରଙ୍କ କୋଶଲୀ ବିରୋଧୀ ନୀତିକୁ କଡ଼ା ସମାଲୋଚନା କରି ବିକ୍ଷୋଭ ପ୍ରଦର୍ଶନ ସମୟରେ କୋଶଲୀ ସପକ୍ଷବାଦୀ କୋସଲ ରାଜ୍ୟ ସମନ୍ୱୟ ସମିତ ସଭ୍ୟସଭ୍ୟାମାନେ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ଓଡ଼ିଶା ସରକାରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ବେଳେ ଉକ୍ରଳ ଜନନୀ ସଂଗୀତର ସିଡ଼ି ଭଂଗା ଯାଇ ଓଡ଼ିଶା ମାନଚିତ୍ରକୁ ଚିରି କୋଶଳାଂଚଳକୁ ଅଲଗା କରାଯାଇଥିଲା । କୋସଲ ରାଜ୍ୟ ସମନ୍ୱୟ ସମିତର ମହାସଚିବ ପ୍ରମୋଦ ମିଶ୍ରଙ୍କ ସମେତ ବିକ୍ରମ ବହିଦାର, ବିଭୂଦତ୍ତ ମିଶ୍ର, ମନୋରଂଜନ ସାହୁ, ଗୋପାଳଜୀ ପାଣିଗ୍ରାହୀ, ସ୍ୱାଧୀନ ମିଶ୍ର, ନିରୁପମା ଉଦ୍‌ଗାତା, କପିଳେଶ୍ୱର ଖମାରୀ, ବିଭୂତି ବିନ୍ଧାଣୀ, ଡୋଳାମଣି ପ୍ରଧାନ, ରିଲୁ ରଥ ବିନୋଦ କାଲସାଏ, ଥବିର କର୍ମୀ, ଅଜିତ କରନ, କିଶୋର ପୁରୋହି, ଅବିନାଶ ଦାଶ, ଅମରିଶ ରାଉତ, ପ୍ରସନ୍ନ ନେଗୀ, ପ୍ରଭାସ ମିଶ୍ର, ଶରତ ଚନ୍ଦ୍ର ହୋତା ପ୍ରମୁଖ ବହୁ କୋଶଲବାଦୀ ନେତା ଏଥିରେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.