ବିକ୍ଷୋଭ ପ୍ରଦର୍ଶନ କଲେ ସୂଚନା ଅଧିକାର କର୍ମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ସୂଚନା ଅଧୀକାର କର୍ମୀ । ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ସୂଚନା ଅଧିକାର ଅଭିଯାନ ବଲାଙ୍ଗିର ଶାଖା ପକ୍ଷରୁ ରାଜ୍ୟ ସୂଚନା କମିଶନରଙ୍କ ବହିଷ୍କାର ଦାବୀରେ ସୂଚନା ଅଧୀକାର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ରହିଛି । ସେମାନେ ବିକ୍ଷୋଭ ପ୍ରଦର୍ଶନ କରି ସୂଚନା ନଥିପତ୍ର ମଧ୍ୟ ପୋଡି ଦେଇଛନ୍ତି । ଓଡିଶା ସୂଚନା ଅଧିକାର ଅଭିଯାନ ବଲାଙ୍ଗିର ଶାଖାର ଆବାହକ ନୀଳମଣି ଯୋଶୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସୂଚନା କର୍ମୀମାନେ ସାମିଲ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.