ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବର୍ଦ୍ଧିତ ଛାତ୍ରାବାସ ଫିସ୍ : ନ କମାଇବା ନେଇ ପୁଣି ଛାତ୍ର ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କିଛିମାସ ତଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହଷ୍ଟେଲ ଫିସ୍ କମେଇବା ପାଇଁ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ବିଶ୍ୱବିଦ୍ୟାଳୟ ପ୍ରସାଶନ ତଥା କର୍ତ୍ତୃପକ୍ଷ ଦାବି ପୂରଣ ପ୍ରତିଶୃତି ଦେଇଥିଲେ । ତେବେ ସେହି ଦିନ ଆନ୍ଦୋଳନରୁ ଛାତ୍ରମାନେ ଓହରି ଯାଇଥିଲେ । ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିଶୃତି କାର୍ଯ୍ୟକାରୀ ନ ଥିବା ନେଇ ଆଜି ପୁଣି ଶହ ଶହ ଛାତ୍ରଛାତ୍ରୀଗଣ କୁଳପତିଙ୍କୁ ଘେରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପରିସରରେ ହଷ୍ଟେଲଫିସ୍ ବର୍ଦ୍ଧିତ ବୃଦ୍ଧି ଅଦ୍ୟାବଧି ନ କମାଇ ଥିବା ହେତୁ ଏହାରି ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନଦେଇ ପ୍ରସାଶନିକ ଭବନ ସାମ୍ନାରେ ଧାରଣରେ ବସିଥିଲେ ଏବଂ ପୁଣି ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘଦିନ ଧରି ଦାବି କରିଆସୁଥିବା ସର୍ବାଧିକ ହଷ୍ଟେଲ ଫିସ୍ ନେଇ ଗତକାଲି ଘେରିବା ସହ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଧାରଣରେ ବସିଥିଲେ । ସେମାନଙ୍କ ଦାବି ଯେ ଓଡିଶାର ଅନ୍ୟ ବିଶ୍ୱବିଦ୍ୟାଳୟ ତୁଳନାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସର୍ବାଧିକ ଅଧିକ ହଷ୍ଟେଲ ଫିସ୍ ୧୦,୦୦୦ ଟଙ୍କାରୁ ଅଧିକ ପ୍ରଦାନ କରୁଛନ୍ତି । ସେହି ଅନୁସାରେ ସେମାନଙ୍କୁ ମିଳୁଥିବା ସୁବିଧା ଅତ୍ୟନ୍ତ ନିମ୍ନମାନର ବୋଲି ପୁଣି ଅଭିଯୋଗ କରିଛନ୍ତି । ଅଧିକାଂଶ କ୍ଷେତ୍ରରେ ହଷ୍ଟେଲ ପରିସରରେ କାନ୍ଥ ଫାଟି ଆଁ ହୋଇଯାଇଥିବା ବେଳେ ଛାତରୁ ଫୋଲ୍ସ ଝଢି ଲୁହା ରଡ ଖାଡି ଦେଖାଯାଉଛି, ତ କେଉଁଠି ବର୍ଷା ହେଲେ ପାଣି ଗଳୁଛି । ଗୋଟେ ଗୋଟେ ରୁମରେ ଏକାଧିକ ଛାତ୍ରଛାତ୍ରୀ ରହୁଛନ୍ତି । ଗୋଟିଏ ରୁମରେ ଗୋଟିଏ ବିଦ୍ୟୁତ ପଙ୍ଖା ଲାଇଟ ଆଦି ପାଇଁ ଏକାଧିକ ଛାତ୍ରଛାତ୍ରୀ ମାସିକ ଫିସ୍ ମୁଣ୍ଡ ଫିଛା ୨୦୦ ଟଙ୍କା ଦେଉଛନ୍ତି । ଛାତ୍ରୀଙ୍କ ଚିଲିକା ହଷ୍ଟେଲରେ ଅନେକ ସମୟରେ ବ୍ୟବହାରିକ ପାଇଁ ପାଣିର ଅଭାବ ଦେଖିବାକୁ ମିଳିବା ସହ କେଉଁ ହଷ୍ଟେଲରେ ପାନୀୟଜଳର ମଧ୍ୟ ଅବ୍ୟବସ୍ଥା ଘେରରେ ପଡ଼ିରହିଛି । ଏହି ସବୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଅନେକ ହଷ୍ଟେଲରେ ଲକ୍ଷାଧିକ ଟଙ୍କାର ଜିମ୍ନାଷ୍ଟିକ୍ସ ଭଳି ବିଭିନ୍ନ ପ୍ରକାରର ଜିନିଷ ଗୁଡିକ ଖତ ଖାଇଗଲାଣି । ହେଲେ ତାହାର କୌଣସି ଭରଣପୋଷଣ ହୋଇପାରୁନାହିଁ । ଏଭଳି ଅନେକ ଦାବି ନେଇ ଦୀର୍ଘ ଦିନ ହେଲା ଛାତ୍ରଛାତ୍ରୀ ଲିଖିତ ଭାବେ ଅଭିଯୋଗ ଜଣାଇ ଆସିବା ସହ ପ୍ରୋଟେଷ୍ଟ କରିଥିଲେ । ହେଲେ ସୁଦ୍ଧା ଅଦ୍ୟାବଧି ସମସ୍ୟା ସୁଧିରି ନାହିଁ । ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ କୌଣସିପ୍ରକାର ପ୍ରତିଶୃତି ପାଳନ କରିପାରିଲେ ନାହିଁ । ତେଣୁ ଶହ ଶହ ଛାତ୍ରଛାତ୍ରୀ ହଷ୍ଟେଲ ଅନ୍ତେବାସୀମାନେ କୁଳପତିଙ୍କୁ ଘେରିବା ସହ ଆନ୍ଦୋଳନରେ ଅଡି ବସିଥିଲେ । କୁଳପତି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ବେଳେ କହିଲେ ଯେ’ ଏ ବାବଦରେ ଆଗାମୀ ୧୫ ଦିନ ସିଣ୍ଡିକେଟ ଡକାଇ ଆଲୋଚନା କରି ଖୁବଶୀଘ୍ର ହଷ୍ଟେଲ ଫିସ୍ କମେଇବାକୁ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ମଙ୍ଗଳବାର ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରି ଥିଲେ ବୋଲି କୁହାଯାଏ । ସେ ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ବର୍ଦ୍ଧିତ ଫିସ୍ ବାନ୍ଧିବେ ନାହିଁ ବୋଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶେଷ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଯଦି ଆଗାମୀ ଦିନେ ଦାବି ପୂରଣ ନହେଲେ ତାହାହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣ ଦିଆଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ନେତ୍ତୃତ୍ଵ ନେଇଥିବା ଛାତ୍ରନେତା ଇଜୁ ଆମିନ ଖାନ୍,ବାଲ୍ମୀକି ସେଠୀ, ସୁଦର୍ଶନ ମଲ୍ଲିକ, ମନିଷା କହଁର, ଆଫିଆ ଖାନୁମ୍, ଗୋବିନ୍ଦ ତ୍ରିପାଠୀ, ସିପୁନ ପ୍ରଧାନ, ବିଭୁ ପ୍ରସାଦ, ଶିବାନୀ ପାଟ୍ଟୀ , ଏନ୍. କାମରଜୁ ପାତ୍ର , ସନ୍ତୋଷ ବେହେରା ଓ ସୁବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.