oom

ଓଡିଶା ଷ୍ଟାଫ ସିଲେକ୍ସନ କମିସନରେ ମହା ଦୁର୍ନୀତିରେ ଛାତ୍ର କଂଗ୍ରେସର ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ

jsmm

ଅନୁଗୋଳ : ଓଡିଶା ଷ୍ଟାଫ ସିଲେକ୍ସନରେ ହୋଇଥିବା ମହା ଦୁର୍ନୀତି ପ୍ରତିବାଦରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଆହ୍ଵାନ କ୍ରମେ ଜିଲ୍ଲା ଛାତ୍ର କଂଗ୍ରେସ ପ୍ରଭାରୀ ବିଭୁପ୍ରସାଦ ଜେନାଙ୍କ ଉପସ୍ଥିତିରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ଵରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଛାତ୍ର କଂଗ୍ରେସ କର୍ମକର୍ତ୍ତା ମାନେ କଂଗ୍ରେସ ଭବନ ଠାରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ୟ୍ୟନ୍ତ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ପଇସା ଦିଅ ଚାକିରି ନିଅ ନିଯୁକ୍ତି ଦୁର୍ନୀତିର ଚେର ସଚିବାଳୟର ତୃତୀୟ ମହଲା ପର୍ୟ୍ୟନ୍ତ ଲମ୍ବିଛି । କେବଳ ଜଣେ କିରାଣୀ କୁ ଧରି ସରକାର ବିରାଟ ମହା ଦୁର୍ନୀତିକୁ ଚାପିବା ପାଇଁ ଚାହୁଁଛି ଏହାକୁ ଛାତ୍ର କଂଗ୍ରେସ ନିନ୍ଦା କରିବା ସହ ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବୀ କରିଛି ।

jittmm
Leave A Reply

Your email address will not be published.