ବାଇକ୍ ଆରୋହୀଙ୍କ ଉପରେ ଚଢିଗଲା ବସ୍ : ଗୋଟିଏ ପରିବାରର ୩ମୃତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରୁ ଏକ ବଡ ଖବର ଆସି ପହଞ୍ଚିଛି । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଆଧାରରେ ଚପ୍ରିଆ ପଞ୍ଚାୟତ ଅନ୍ତର୍ଗତ ତୁରେଛଡ଼ା ଗାଁର କୃଷ୍ଣଚନ୍ଦ୍ର ବାଗ (୪୦) ତାଙ୍କ ସ୍ତ୍ରୀ ସୁକେଶି ବାଗ (୩୭) ଓ ନାବାଳିକା ଝିଅ ସୁପ୍ରିଆ ବାଗ ଏକ ବାଇକ୍ ଯୋଗେ ଗୋଳମୁଣ୍ଡା ବ୍ଲକ ଲିଟିଗୁଡାରୁ ଏକ ବିବାହ ଭୋଜି ଖାଇ ଆସୁଥିବା ସମୟରେ ଡ଼ଙ୍ଗରିଗୁଡା ଠାରେ ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ ବାଇକକୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢି ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ସ୍‌ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ନାବାଳିକା ଝିଅକୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

jittmm
Leave A Reply

Your email address will not be published.