ବଙ୍ଗୋମୁଣ୍ଡାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମେଳା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଉଦ୍ୟାନ ବିଭାଗ ନର୍ସରୀ ଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପୁଟେଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଭୋଲାନାଥ ବେହେରା, ସିନ୍ଧେକେଲା ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ବଙ୍ଗୋମୁଣ୍ଡା ଜିଲ୍ଲା ପରିଷଦ ସଦସ୍ୟ ଓମ ପ୍ରକାଶ କୁମ୍ଭାର, ଅତିରିକ୍ତ ଜିଲା ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ ନାଏକ, ବଲାଙ୍ଗିର ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀ ଡ. ସାରଦା ପ୍ରସାଦ ରଞ୍ଜନ ସିଂ ବରିହା, ବ୍ଲକ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଭବାନୀ ଶଙ୍କର ବେହେରା, ମତ୍ସ୍ୟ ଅଧିକାରୀ ଆଲୋକ କୁମାର ଜେନା ମଞ୍ଚାସୀନ ଥିଲେ । ପ୍ରତ୍ୟେକ ବ୍ଲକରେ ବିକଳ୍ପ ଭାବେ ମତ୍ସ୍ୟ ଚାଷ ସହ ଗୋପାଳନ, କୁକୁଡ଼ା ଚାଷ, ଛେଳି, ଗାଈ, ଦୁଗ୍ଧ, ଘାସ ଚାଷ ତଥା ଅଣ୍ଡା ଉତ୍ପାଦନ ସହ ସ୍ୱାବଲମ୍ବୀ ନେଇ ଅନେକ ରିହାତି ଯୋଜନା ରହିଛି । ଚାଷୀ ଭାଇମାନେ ଏନେଇ ଆଗେଇ ଆସିବା ସହ ରାଜ୍ୟ ତଥା ଦେଶ ବାହାରେ ସମୃଦ୍ଧ ହେବା ପାଇଁ ବିଧାୟକ ଆହ୍ୱାନ ଦେଇଥିଲେ । ମୁରିବାହଲ ବ୍ଲକ ସହକାରୀ ପ୍ରାଣୀ ଅଧିକାରୀ ମୌସୁମୀ ବର୍ଷା ବନାନୀ ସଭା ପରିଚାଳନା କରିଥିଲେ । ମତ୍ସ୍ୟ ଚାଷୀ, ପ୍ରାଣୀ ପାଳକ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ସହକାରୀ କୃଷି ଅଧିକାରୀ ସ୍ମାରକୀ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ରେଣୁରଞ୍ଜନ ବାଗ ଓ ତାଙ୍କ ସାଥିମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବଙ୍ଗୋମୁଣ୍ଡା ବ୍ଲକର ଉଦ୍ୟାନ ବିଭାଗ, କୃଷି ବିଭାଗ, ପ୍ରାଣୀ ବିଭାଗର କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.