ବିକାଶ ଶିକ୍ଷାନୁଷ୍ଠାନର ପଞ୍ଚମ ବାର୍ଷିକ ଉତ୍ସବ ଦ ହାର୍ଭେଷ୍ଟ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଅଗ୍ରଣୀ ଶିକ୍ଷାନୁଷ୍ଠାନ ବିକାଶ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନର ଭବାନୀପାଟଣା ଉଇସ୍‌ଡ଼ମ୍‌ ପାର୍କରେ ପଞ୍ଚମ ବାର୍ଷିକ ଉତ୍ସବ ଦ ହାର୍ଭେଷ୍ଟ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ଜିଲ୍ଲାରେ ବିକାଶ ଶିକ୍ଷାନୁଷ୍ଠାନ ଆଜି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପାରିଦର୍ଶିତା ଉପଲବ୍ଧି କରିଛି, ଆଗକୁ ମଧ୍ୟ ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିକାଶ ଗ୍ରୁପର ଡ଼ାଇରେକ୍ଟର ଡି.ନାଗେଶ୍ୱର ରାଓ, ଡି.ଶ୍ୟାମ, ଡି.ରାମ କୁମାର, ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଶିକ୍ଷାନୁଷ୍ଠାନର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପସ୍ଥିତ ଅତିଥି, ଅଭିଭାବକ ଅଭିଭାବିକାମାନେ ମନଭରି ଉପଭୋଗ କରିଥିଲେ ।

Leave A Reply

Your email address will not be published.