ପଦ୍ମପୁର ଉପନିର୍ବାଚନରେ ବିଜେଡ଼ିର ବୃହତ ବିଜୟ : ବିଜୟ ଟିକା ପିନ୍ଧିଲେ ବିଜୟ କନ୍ୟା ବର୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଏକ ମାସ ଧରି ଚର୍ଚ୍ଚାରେ ଥିବା ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ବର୍ଷା ରାଣୀ ସିଂ ବରିହା ୪୨,୬୭୯ ଭୋଟ ଅଧିକ ପାଇ ବୃହତ ବିଜୟ ହାସଲ କରିଛନ୍ତି । ୨୪ ରାଉଣ୍ଡ ଭୋଟ ଗଣତି ହୋଇଥିବା ବେଳେ ଏଥିରେ ବିଜୁ ଜନତା ଦଳର ପ୍ରାର୍ଥିନୀ ବର୍ଷା ରାଣୀ ସିଂ ବରିହା ତାଙ୍କ ନିକଟତମ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨୬୭୯ ଭୋଟରେ ପରାସ୍ତ କରିଥିଲେ । ଶ୍ରୀମତୀ ବରିହା ୧,୨୦,୮୧୬ଟି ଭୋଟ ପାଇଥିବା ବେଳେ ଶ୍ରୀ ପୁରୋହିତ ୭୮୧୩୭ ଭୋଟ ପାଇଥିଲେ । ସେଥି ମଧ୍ୟରେ ବିଜେଡିକୁ ୧୩୫ଟି ପୋଷ୍ଟାଲ ବ୍ୟାଲଟ ଭୋଟ ମିଳିଥିବା ବେଳେ ବିଜେପିକୁ ୯୪ଟି ମିଳିଥିଲା । ପୂର୍ବ ଉପନିର୍ବାଚନ ଭଳି ଏହି ନିର୍ବାଚନରେ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସକୁ ତା’ର ଅମାନତ ହରାଇବାକୁ ପଡ଼ିଛି । କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩୫୯୪ ଭୋଟ ପାଇଛନ୍ତି । ନିର୍ବାଚନରେ ୨,୦୬,୨୨୮ ଭୋଟ ଦାନ କରିଥିଲେ ।

Leave A Reply

Your email address will not be published.