ବଲାଙ୍ଗିର ପବ୍ଲିକ ସ୍କୁଲରେ ଆନ୍ତର୍ବିଦ୍ୟାଳୟ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ଆନ୍ତର୍ବିଦ୍ୟାଳୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବୀରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସମ୍ପାଦକ ଗୋପାଳକୃଷ୍ଣ ସିଂଦେଓ, କୋଷାଧକ୍ଷ ଆଲୋକ ରଞ୍ଜନ ବେଦବାକ, ସଭ୍ୟ ଶିରୀଶଚନ୍ଦ୍ର ହୋତା, ସଭ୍ୟ ବାଦଲ ମହାକୁର ଯୋଗ ଦେଇଥିଲେ । ଏହି ମେଳାରେ ପ୍ରାୟ ୧୨୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା ଓ ତିନିଶହରୁ ଅଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ । ଶିବପ୍ରସାଦ ତ୍ରିପାଠୀ, ସୁଧାନିଧି ମିଶ୍ର, ଆନନ୍ଦ କୁମାର ସାହୁ, ସୁଶ୍ରୀ ଅନନ୍ୟା ମିଶ୍ର, ଦିବ୍ୟସିଂହ ସାହୁ, ଜୟନ୍ତ ମେହେର, ସମ୍ବିତ ଥନାପତି ପ୍ରମୁଖ ବିଜ୍ଞାନଶିକ୍ଷକ ଶିକ୍ଷିକାମାନେ ବିଚାରକ ଭାବରେ ଯୋଗଦେଇଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ସେମାନଙ୍କ ବାପାମାଆ ତଥା ଅଭିଭାବକମାନେ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ ତଥା କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସତିଶ ପ୍ରଧାନ, ଉପାଧ୍ୟାକ୍ଷ ଦୀପକ ବରାଲ, ମମିତା ବେହରା ତଥା ବିଦ୍ୟାଳୟର ବିଜ୍ଞାନ ସଂଯୋଜକ ଶିକ୍ଷକ ଦୌଲତ ମହହାରଣା, ଶାଶ୍ଵତ ପଣ୍ଡାଙ୍କ ମାର୍ଗଦର୍ଶନ ଓ ସମସ୍ତବିଜ୍ଞାନ ଶିକ୍ଷକଶିକ୍ଷିକାଙ୍କ ସୁପରିଚାଳନା ତଥା ବିଦ୍ୟାଳୟର ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଶିକ୍ଷିକା, କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହେଇଥିଲା ।

Leave A Reply

Your email address will not be published.