ବଚ୍‌ପନ୍ ସ୍କୁଲରେ ବିଜ୍ଞାନ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ବିଷ୍ଣୁମୁଣ୍ଡା ସ୍ଥିତ ବଚ୍‌ପନ୍ ସ୍କୁଲରେ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶକ ଅଜିତ କୁମାର ଶତପଥୀ, ନିର୍ଦ୍ଦେଶିକା ଅର୍ଚ୍ଚନା ଶତପଥୀ, ଏକାଡେମିକ ନିର୍ଦ୍ଦେଶକ ପ୍ରଦୀପ କୁମାର ପୁରୋହିତ ଓ ପ୍ରଧାନ ଶିକ୍ଷୟିତ୍ରୀ ଚପଳା ମିଶ୍ରଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୟୁ-କେଜିରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୨୦୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ସଦାଇପାଲି ହାଇସ୍କୁଲର ଶିକ୍ଷୟିତ୍ରୀ ସଂସ୍କୃତି ପଟ୍ଟନାୟକ, ଅଏଁଲାଚୁଆଁ ହାଇସ୍କୁଲର ଶିକ୍ଷୟିତ୍ରୀ ସଞ୍ଜିବନୀ ପଣ୍ଡା ଏବଂ ପିପି ଏକାଡେମୀ ସ୍କୁଲର ଶିକ୍ଷୟିତ୍ରୀ ଅନନ୍ୟା ମିଶ୍ର ଯୋଗଦେଇ ପ୍ରତିଟି ପ୍ରକଳ୍ପର ମୂଲ୍ୟାୟନ କରିଥିଲେ । କୁନି ବୈଜ୍ଞାନିକ ମାନେ ସେମାନଙ୍କ ନିଜସ୍ୱ ପ୍ରକଳ୍ପ ଉପରେ ସୂଚନା ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏକ ବିଶ୍ଲେଷଣାତ୍ମକ ଦୃଷ୍ଟିଭଙ୍ଗୀରେ ପ୍ରତିଟି ରହସ୍ୟକୁ ଉନ୍ମୋଚନ କରିବା ଦିଗରେ ବିଜ୍ଞାନ ମେଳା ଏକ ଲୋକପ୍ରିୟ ମାଧ୍ୟମ ବୋଲି ସ୍କୁଲର ଏକାଡେମିକ ନିର୍ଦ୍ଦେଶକ ପ୍ରଦୀପ କୁମାର ପୁରୋହିତ କହିଥିଲେ । ବିଜ୍ଞାନ ମେଳାକୁ ଅବିଭାବକ ଏବଂ ଅନ୍ୟଛାତ୍ରଛାତ୍ରୀ ମାନେ ଆସି ପ୍ରକଳ୍ପ ଗୁଡିକୁ ଦେଖିଥିଲେ ।

Leave A Reply

Your email address will not be published.