ଛତ୍ରପୁର ନୀଳକଣ୍ଠେଶ୍ୱର ମନ୍ଦିରରେ ନୂତନ ବିଗ୍ରହ ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ ବୃଷଭ ଏବଂ ନନ୍ଦୀ ଓ ଭୃଙ୍ଗି ନୂତନ ବିଗ୍ରହମାନ ବୁଧବାର ବିଧିବଦ୍ଧ ଭାବେ ସ୍ଥାପନ ହୋଇଛି । ଏହି ଅବସରରେ ମହାଦେବ ଠାକୁରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହୋଇ ମଙ୍ଗଳବାର ଅଧିବାସ ଆରମ୍ଭ ହୋଇ ବୁଧବାର ପରିସମାପ୍ତି ଘଟିଛି । ମଙ୍ଗଳବାର ଶ୍ରୀ ବିଗ୍ରହମାନଙ୍କର ପ୍ରାଣ ପ୍ରତିଷ୍ଠା ହୋଇ ବୁଧବାର ହୋମ-ଯାଗ ଯଜ୍ଞାଦି ଅନୁଷ୍ଠିତ ହୋଇ ଆଧ୍ୟାତ୍ମିକ ପରିବେଶ ଟି ଖୁବ ଉତ୍ସବ ମୁଖର ହୋଇଉଠିଥିଲା । କାର୍ଯ୍ୟକ୍ରମରେ ଜି.ପାରସା ଓ ଜି.ଜ୍ୟୋତି ଏବଂ ପୁଲିନ ବିହାରୀ ପଟ୍ଟନାୟକ ଓ ଯଜ୍ଞସାନୀ ସାମନ୍ତରାୟ ପ୍ରମୁଖ କର୍ତ୍ତା ଭାବେ ପୂଜା କର୍ମରେ ବସିଥିଲେ । ଅଟଳ ବିହାରୀ ପଟ୍ଟନାୟକ, କେ.ରମେଶ, କବିରାଜ ପଲେଇ, ସୋନୁ ପଲେଇ ପ୍ରମୁଖ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.