ବିଭିନ୍ନ ଉନ୍ନୟନ ମୂଳକ କାମର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୧୮ ଓ ୨୦ ନଂ ୱାର୍ଡରେ ଆଜି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ପାଖାପାଖି ୫୦ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବଲାଙ୍ଗିର ସହରର ଚସକା ଫେକ୍‌ଟେରୀ ଠାରୁ ପଦ୍ମିନୀ ମେହେରଙ୍କ ଘର ପର୍ଯ୍ୟନ୍ତ ରାସ୍ତାର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିବା ବେଳେ ଇନ୍ଦିରା ନଗରର ରାଧାକ୍ରିଷ୍ଣା ମନ୍ଦିର ଓ ବାବା ହନୁମାନଙ୍କ ମନ୍ଦିରର ଉନ୍ନତି ସକାଶେ ଉନ୍ନତି ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି ବିଧାୟକ କଳିକେଶ । ଏହି ସମୟରେ ବଲାଙ୍ଗିର ପୌରପରିଷଦର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ସହ ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ମଧ୍ୟ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ବିଧାୟକ ଶ୍ରୀ ସିଂହଦେଓ ଆହୁରି କହିଛନ୍ତି ଯେ, ଏଇଟା ତ ଆରମ୍ଭ ହୋଇଛି ଯାହା ଯାହା କୁହାଯାଇଥିଲା ଆଗକୁ ତାହା ଶୀଘ୍ର ଓ ବାଧ୍ୟ ପୂରଣ କରାଯିବ ।

Leave A Reply

Your email address will not be published.