ବଲାଙ୍ଗିର ବ୍ଲକରେ ବିଧାୟକ କଳିକେଶଙ୍କ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଆଜି ବଲାଙ୍ଗିର ସଦର ବ୍ଲକ ମୁଖ୍ୟାଳୟ ଠାରେ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି । ଦେଓଗାଁ ବ୍ଲକ ଓ ବଲାଙ୍ଗିର ସଦର ବ୍ଲକକୁ ନେଇ ଏହି ସମୀକ୍ଷା ବୈଠକ କରାଯାଇଥିଲା । ମୂଳତଃ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ବିଧାୟକ କଳିକେଶ । ସେହିଭଳି ବଲାଙ୍ଗିର ଲୋୟର ସୁକତେଲର ବିସ୍ଥାପିତ ମାନଙ୍କ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଯୋଜନା ହେଉ କେମିତି ତୃଣମୂଳ ସ୍ତରରେ ଲୋକେ ଏହାର ଲାଭ ଉଠାଇ ପାରିବେ ତାହା ଆଲୋଚନା କରାଯାଇଥିଲା । ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ଉନ୍ନତିରେ ବିଗତ ଦିନରେ କିଛିଟା ଅବହେଳା କରାଯାଇଥିବା ବିଧାୟକ କହିଥିଲେ । ତେବେ ଲୋକଙ୍କ ସମସ୍ୟା ଶୁଣିବାକୁ ଆଗାମୀ ଦିନରେ ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯିବ । ସେହି ନମ୍ବର ଜରିଆରେ ଜନସାଧାରଣ ତାଙ୍କର ସମସ୍ୟା ଓ ଅଭିଯୋଗ ଜଣାଇ ପାରିବେ ବୋଲି ବିଧାୟକ କଳିକେଶ ପ୍ରତିକ୍ରିୟା ଦେଇଥିଲେ ।

Leave A Reply

Your email address will not be published.