ବିଭିନ୍ନ ଯୁବ ଅନୁଷ୍ଠାନକୁ ସ୍ପୋର୍ଟ କିଟ୍ ବଣ୍ଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ମାଇ ଭାରତ ବଲାଙ୍ଗିର, ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଦ୍ଵାରା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଯୁବ ଅନୁଷ୍ଠାନ କ୍ରୀଡା ‌କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବାରୁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ, ମା଼’ ସାହାଜୀ ଯୁବକ ସଂଘ କପିଲାଭଟା, ଜଗାକାଳିଆ ଯୁବକ ସଂଘ ଭୁସଲାଡ, ପଲ୍ଲୀ ପ୍ରଗତି ପାଠାଗାର ଝଲପକୁ ସ୍ପୋର୍ଟ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ସିନ୍ଧେକେଲା ଜୋନର ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ଼, ବରିଷ୍ଠ ନେତା କ୍ଷୀରସିନ୍ଧୁ ବଚ୍ଛା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଜୁରାବନ୍ଧ କପିଳେଶ୍ୱର ଯୁବକ ସଂଘ ସଭାପତି ଲିଙ୍ଗରାଜ ପୋଡ଼, କପିଲାଭଟା ମା’ ସାହାଜି ଯୁବକ ସଂଘର ସଂପାଦକ ହୁଲେଶ୍ୱର ହଂସ, ଭୁସଲାଡ଼ ଜଗାକାଳିଆ ଯୁବକ ସଂଘ ଭୁସଲାଡ଼ ସଭାପତି ଲାଳଠୁ ବେହେରା, ପଲ୍ଲୀ ପ୍ରଗତି ପାଠାଗାରର ସଭାପତି ଯୋଗେସ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କିଟ୍ ଗ୍ରହଣ କରିଥିଲେ । କପିଳେଶ୍ଵର ଯୁବକ ସଂଘର ସଂପାଦକ ତୁଲାଚନ୍ଦ୍ର ପୋଡ଼ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.