ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେ‌ଶ୍ୱର : ପୁଣି ବିଧାନସଭା ନିକଟରେ ମହିଳା ଓ ତାଙ୍କ ପୁଅ ଆତ୍ମାହୁତି ଉଦ୍ୟମ କରିଛନ୍ତି । ମହିଳା ଜଣଙ୍କ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକର ବୋଲି ଜଣାପଡିଛି । ସେ ବିଧାନସଭା ନିକଟସ୍ଥ ଜୟଦେବ ଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ବଜେଟ ଅଧିବେଶନ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆତ୍ମାହୁତି ଉଦ୍ୟମ ହୋଇଛି । ଆତ୍ମାହୁତି ଉଦ୍ୟମକୁ ରୋକାଯିବା ପାଇଁ ପୁଲିସ ପକ୍ଷରୁ ବିଧାନସଭା ଚାରିପଟ ରାସ୍ତାକୁ ସିଲ କରାଯାଇଥିଲା । ଏହା ସତ୍ତ୍ୱେ ବି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି । ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୋଲିସ ମହିଳା ଓ ତାଙ୍କ ପୁଅଙ୍କୁ କାବୁ କରିନେଇଥିବା ଜଣାପଡିଛି । ହେଲେକଣ ପାଇଁ ଆତ୍ମାହୁତି ଉଦ୍ୟମ କରୁଥିଲେ, ଏଯାଏଁ କିଛି କାରଣ ଜଣାପଡି ନାହିଁ । ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ସମୟରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଧାନସଭା ସମ୍ମୁଖ ରାସ୍ତାକୁ ସିଲ କରାଯାଇଛି । ଯାହାଫଳରେ ରାସ୍ତାଘାଟ ଜାମ ହେବାର ଦେଖାଦେଇଛି । ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି ।

Leave A Reply

Your email address will not be published.