oom

ପ୍ରଫୁଲ୍ଲ କୁମାର ଭୋଇଙ୍କ ବିଦାୟକାଳୀନ ସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବ୍ରାହ୍ମଣଡିହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ଭୋଇଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ଦୟାନିଧି କୈବର୍ତ୍ତଙ୍କ ସଭାପତି‌ତ୍ୱ ଅନୁଷ୍ଠିତ ହୋଇଥିଲା । କୋଭିଡ ନିୟମ ପାଳନ ପୂର୍ବକ ମୁଖ୍ୟଅତିଥି ରୂପେ ପାଇକମାଲ ବିଇଓ ଚୂଡ଼ାମଣି ବାରିକ, ମୁଖ୍ୟବକ୍ତା ଜନକଲାଲ ମେହେର, ସମ୍ମାନିତ ଅତିଥି ସରପଞ୍ଚ ଚୈତନ୍ୟ କୁମାର ଭୋଇ, କୁବେର ରଣା, କାଳି ପ୍ରସନ୍ନ ବେହେରା, ନିରଞ୍ଜନ ହରିଜନ, ରାଜ କୁମାର ‌ସ୍ୱାଇଁ, ଶିବ ପ୍ରସାଦ ଯୋଶୀ ଯୋଗ ଦେଇଥିବା ବେଳେ ଡୋଲାମଣି ମାହାର ମଞ୍ଚ ପରିଚାଳନା କରିଥିଲେ । ୪୧ ବର୍ଷ ଚାକିରି ମଧ୍ୟରେ ଦୀର୍ଘ ୩୩ ବର୍ଷ ଧରି ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କରିଥିବା ଏବଂ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିବାରୁ ବୈଠକରେ ବିଭିନ୍ନ ବକ୍ତା ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ପୂର୍ବତନ ଛାତ୍ରଛାତ୍ରୀ ସୁଜିତ ଭୋଇ, ଚିତ୍ର ବିଶ୍ୱାଳ ରୀନା ଭୋଇ, ଯଦୁମଣି ଭୋଇ, ସଚିନ ମହାଲିଙ୍ଗ, ଗୋକୁଳାନନ୍ଦ କଲେତ, ଲଳିତ ଭୋଇ, ମୀନକେତନ ରାଉତ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଂକୀର୍ତ୍ତନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.