oom

ଛତ୍ରପୁର ପୋଲିସ ଉଚ୍ଚବିଦ୍ୟାଳୟରେ କ୍ରୀଡା ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରାଞ୍ଚଳର ନିୟୁ ପୋଲିସ କଲୋନୀଠାରେ ଅବସ୍ଥାପିତ ପୋଲିସ ଉଚ୍ଚବିଦ୍ୟାଳୟର କ୍ରୀଡା ଶିକ୍ଷକ ନାରାୟଣ ରଥଙ୍କୁ ଏକ ନିରାଡ଼ମ୍ବର ସଭାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଦୀର୍ଘ ୩୧ ବର୍ଷ କାଳ ଏହି ବିଦ୍ୟାଳୟରେ ଅବସ୍ଥାପିତ ଥାଇ ସ୍କୁଲର ଏବଂ ଏହି ସ୍କୁଲରେ ଅଧ୍ୟୟନରତ ବହୁ ଛାତ୍ରଛାତ୍ରୀମାନଙ୍କର ଉଜ୍ବଳ ଭବିଷ୍ୟତକୁ ଆଖି ଆଗରେ ରଖି ବହୁ ବିଧ ଉନ୍ନତି, ପ୍ରୟାସ ଜାରି ରଖି ଆସି ବିଦ୍ୟାଳୟର କ୍ରୀଡା, ସଂସ୍କୃତି, ପିଲାମାନଙ୍କର ପାଠପଢା ଦିଗରେ ବହୁତ ଉନ୍ନତି କରି ଆସିଥିଲେ । ଛାତ୍ରଛାତ୍ରୀ ମାନଙ୍କର କ୍ରୀଡା କ୍ଷେତ୍ରରେ ଜାତୀୟସ୍ତରରେ ସୁନାମ ଆଣି ଏହି ସ୍କୁଲର ଗୌରବ ବଜାୟ ରକ୍ଷାକରିବାରେ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ଥିଲା । ସେ ଜଣେ ଛାତ୍ର ବତ୍ସଳ, କାର୍ୟ୍ୟଦକ୍ଷତା, ଧୌର୍ୟ୍ୟଶୀଳତା, ଶିକ୍ଷାନୁଷ୍ଠାନ ପ୍ରତି ଅନୁରକ୍ତି ଭାବକୁ ପ୍ରଧାନଶିକ୍ଷକ ଭାଗିରଥି ସ୍ୱାଇଁ ତାଙ୍କ ଭଲ ଗୁଣପ୍ରତି ପ୍ରସଂଶାର ବ୍ୟାଖା କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ସିଟି ହାଇସ୍କୁଲର ଏନସିସି ଅଫିସର ଗୋପାଳ କୃଷ୍ଣ ମିଶ୍ର ଯୋଗଦେଇଥିଲେ । ଏହି ଅବସରରେ କ୍ରୀଡ଼ା ଶିକ୍ଷକ ଶ୍ରୀ ରଥଙ୍କୁ ମାନପତ୍ର ସହ ଉପଢୌକନ ଓ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରାଯାଇ ତାଙ୍କର ଦୀର୍ଘ ନିରାମୟ ଜୀଵନ ପାଇଁ କାମନା କରିଥିଲେ ।

jittmm
Leave A Reply

Your email address will not be published.