oom

ପୁଣି ଚମକିଲେ ବଲାଙ୍ଗିରର ସୁନେନା ବେହେରା : ହାତେଇଲେ ନିଜ ବିଭାଗରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଚ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଇଣ୍ଟର କ୍ଲବ ଭାରୋତ୍ତଳନ ପ୍ରତିଯୋଗିତାରେ ପୁଣିଥରେ ବଲାଙ୍ଗିର ପ୍ରତିଯୋଗୀ ସୁନେନା ବେହେରା ସବ୍‌ ଜୁନିୟର ଓ ଜୁନିୟର ବିଭାଗରେ ଗୋଟିଏ ରୌପ୍ୟ ପଦକ ଓ ଗୋଟିଏ ବ୍ରୋଞ୍ଚ ପଦକ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଭୁବନେଶ୍ୱର କଳିଙ୍ଗ ପରିସରରେ ଗତ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ହେଲ୍‌ଥ୍‌ କ୍ଲବ ତରଫରୁ ୪ ଜଣ ଝିଅ ଓ ୮ ଜଣ ପୁଅ ଭାଗ ନେଇଥିଲେ । ବଲାଙ୍ଗିର ପ୍ରତିଯୋଗି ସୁନେନା ବେହେରା ନିଜ ବୟସ ବର୍ଗ ସବ୍‌ ଜୁନିୟରରେ ବ୍ରୋଞ୍ଚ ପଦକ ଓ ଜୁନିୟର ବିଭାଗରେ ଏକ ରୌପ୍ୟ ପଦକ ପାଇ ତାଙ୍କ ଗତ ବର୍ଷ ପ୍ରଦର୍ଶନକୁ ଦୋହରାଇବା ସହ ଆଉ ଗୋଟିଏ ଅଧିକ ପଦକ ପାଇଛନ୍ତି । କୋଚ ବିନୟ ପାଣ୍ଡେ, ସଂଘ ସଭାପତି ସୁଦାମ ବେହେରା, ଟିମ୍‌ ପ୍ରବନ୍ଧକ ନେପାଲ ବାଗଙ୍କ ନେତୃତ୍ୱରେ କ୍ଲବ ତରଫରୁ ସୁନେନା ବେହେରା, ରୁତିକା ପୋଡ, ପ୍ରତ୍ୟାସା ପାଣିଗ୍ରାହି, ଲିଜା ବାଗ, ପ୍ରିୟମ ବେହେରା, ପ୍ରତ୍ୟୁଷ ବେହେରା, ହିମାଂଶୁ ବାଗ, ଯୋଗେଶ୍ୱର ବାଗ, ରୁଦ୍ର ମେହେର, ଅଙ୍କିତ ବେହେରା, ମୋହିତ ରୋହିଦାସ ଏବଂ ଅଂଶୁମାନ ବେହେରା ପ୍ରମୁଖ ପ୍ରତିଯୋଗିତାରେ ଭାଗ ନେଇଥିଲେ । ବଲାଙ୍ଗିରର ପ୍ରାୟତଃ ଖେଳାଳି ଉଚ୍ଚ କୋଟିର ପ୍ରଦର୍ଶନ କରିଥିବା ବେଳେ ସୁନେନା ବେହେରା ଦୁଇଟି ପଦକ ପାଇଛନ୍ତି । ଚୁଡାନ୍ତ ଦିବସରେ ରାଜ୍ୟ ଭାରୋତ୍ତଳନ ସଭାପତି ଚିତ୍ତରଂଜନ ସ୍ୱାଇଁ ଏବଂ ରାଜ୍ୟ ସଂପାଦକ ତଥା ଆନ୍ତର୍ଜାତି ସମ୍ପନ୍ନ ଭାରତ୍ତୋଳକ କେ. ରବି କୁମାର ସୁନେନା ବେହେରାଙ୍କୁ ପଦକ ଓ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ । ସୁନେନାଙ୍କ ଲଗାତାର ଉଚ୍ଚକୋଟିର ପ୍ରଦର୍ଶନ ନିଶ୍ଚିତ ଭାବରେ ବଲାଙ୍ଗିର ଭାରୋତ୍ତଳନ ଖେଳ ପାଇଁ ଏକ ଆଶିର୍ବାଦ ହେବ ଏବଂ ଆଗାମୀ ଦିନରେ ଜିଲ୍ଲାର ଅନେକ ଛୋଟ ଛୋଟ କ୍ରୀଡାବିଦ୍‌ ଏହି ଖେଳ ପ୍ରତି ଆଗ୍ରହୀ ହେବେ ବୋଲି ସଂଘ ସଭାପତି ସୁଦାମ ବେହେରା କହିଛନ୍ତି । ସଂଘ ଓ ସୁନେନାଙ୍କ ଏହି ସଫଳତା ପାଇଁ ବଲାଙ୍ଗିର କ୍ରୀଡା ଜଗତର ଅନେକ ଲୋକ, ଖେଳାଳି, ସଂଗଠକ ସୁନେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.