ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ପରି ଚଳିତ ବର୍ଷର ନିର୍ଦ୍ଧିଷ୍ଟ ଦିନ ମହାଶିବରାତ୍ରି ଜାଗର ଉତ୍ସବ ଉପଲକ୍ଷେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସୌଜନ୍ୟତାରେ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତି ଆନୁକୂଲ୍ୟରେ ଜିରା କନ୍ଦିର ଗ୍ରାମବାସିଙ୍କ ସହଯୋଗରେ ଗ୍ରାମ ଠାକୁର ମଙ୍ଗଳମୟ ସଦାଶିବ ଅତି ପୁରାତନ ଦେବ ଦେବ ମହା ଦେବ ଲୋକନାଥଙ୍କ ଜନ୍ମ ଜୟନ୍ତୀ ଜାଗର ପାଇଁ ସମୂହ ଦ୍ୱୀପଦାନ ଓ ମହାଦୀପ ଉଠିବା ପୂଜା କର୍ମ ଆଦି ସମାରୋହରେ ପାଳିତ ହେଲା, ଲୋକକଳା ପାଲା, କୀର୍ତନ, ଭଜନ ଆଦି କାର୍ଯ୍ୟକ୍ରମ ସନ୍ଧ୍ୟାଠାରୁ ଚାଲୁରହିଲା, ଅନୁଷ୍ଠାନର ପାଲା କଳାକାରମାନେ ପାଲା ପରିବେଷଣ କରିଥିଲେ ଅନେକ ଶ୍ରଦ୍ଧାଳୁ ମନଭରୀ ପାଲା ଦେଖିବା ସମେତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବା ସମେତ ଶ୍ରବଣ କରିଥିଲେ, ନିଶାରାତ୍ରି ଗୋଟାଏ ପରେ ମହାଦ୍ୱୀପ ଉଠିଥିଲା ମନ୍ଦିର ପୂଜକ ଏ କର୍ମ କରିଥିଲେ, ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତିର ସମ୍ପାଦକ ପ୍ରମୋଦ କୁମାର ଜେନା ସମସ୍ତ ପୂଜା ପାର୍ବଣକୁ ସୁଚାରୁରୂପେ ତୁଲାଇଥିଲେ ଗ୍ରାମର ଯୁବ ଗୋଷ୍ଠୀମାନେ ସହଯୋଗ କରିଥିଲେ, ପୁରୁଖା ବୟସର ମାଉସୀ ମଉସାମାନେ ରାତିସାରା ମନ୍ଦିର ବେଢାରେ ପରିବେଷ୍ଟିତ ହୋଇ ଥିଲେ ମିଡ଼ିଆ ଭାଇମାନେ ପୂର୍ଣ୍ଣ ସହଯୋଗ କରିଥିଲେ, ଶେଷରେ ସମସ୍ତ ଭକ୍ତମାନେ ଠାକୁରଙ୍କୁ ଭୋଗ ଲାଗିଥିବା ପ୍ରସାଦ ସେବନ କରି ଆନନ୍ଦିତ ଥିଲେ ରାତ୍ରି ୩ଟା ୩୦ ମିନିଟ ପର୍ଯ୍ୟନ୍ତ ଏହି ଜାଗର ମହୋତ୍ସବ ଚାଲିଥିଲା ।