
କେସିଙ୍ଗା, (ପ୍ରୀତେଶ ପଟେଲ) : ଯେମିତି ଯେମିତି ଗ୍ରୀଷ୍ମ ପ୍ରବାହ ବଢୁଛି ସେମିତି ବିଦ୍ୟୁତ୍ ବିଭାଗ ତରଫରୁ ମଧ୍ୟ ବିଦ୍ୟୁତ୍ କାଟ ବଢୁଛି । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ବିଦ୍ୟୁତ୍ କାଟରୁ ଲୋକେ ହନ୍ତସନ୍ତ ହୋଇଗଲେଣି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇଁବାରେ ଲାଗିଛି ଏହି ସମୟରେ ଲୋକଙ୍କୁ ଦରକାର ବିଜୁଳି କିନ୍ତୁ ବାରମ୍ବାର ବିଜୁଳି କାଟ୍ ବଢିବାରେ ଲାଗିଛି । ବିଭାଗୀୟ ଅଧିକାରୀମାନଙ୍କୁ ପଚାରିଲେ କହୁଛନ୍ତି ରକ୍ଷଣ ବେକ୍ଷଣ, ଗଛ କାଟ ଓ ବିଭିନ୍ନ ପ୍ରକାର ବାହାନ । ସେଇପଟେ ସରକାର ମନ୍ତ୍ରୀ କହୁଛନ୍ତି ଏହି ଗ୍ରୀଷ୍ମ ପ୍ରବାହରେ ବିଦ୍ୟୁତ୍ କାଟ ହେବନି କିନ୍ତୁ ତାର ପୂରା ଉଲଟା ବିଦ୍ୟୁତ୍ ରହୁନାହିଁ କିନ୍ତୁ ବିଦ୍ୟୁତ୍ ଶୁଳ୍କ ନ ଦେଲେ ବିଜୁଳି ବିଛିନ୍ନ । ୱେଷ୍କ କୋ ରୁ ଯେତେବେଳେ ଟିପିଡବ୍ଲୁଏଲ୍ କୁ ହସ୍ତାନ୍ତର କରାଯାଇଛି ଥିଲା । ସେତେବେଳେ କହୁଥିଲେ ଆଉ ଅସୁବିଧା ହେବନି କିନ୍ତୁ ଅସୁବିଧାର ଗ୍ରନ୍ଥ ଘର ହୋଇସାରିଛି । ଆଗକୁ ଆସୁଚି ନଅ ତପା ଏହି ପରିସ୍ଥିତିକୁ କେମିତି ମୁକାବିଲା କରିବେ କେସିଙ୍ଗା ବିଦ୍ୟୁତ୍ ଉପଭୋକ୍ତ ଚିନ୍ତାରେ କେସିଙ୍ଗା ବାସୀ