ls

ଭୂମିହୀନ ସରୋଜ ବାଘକୁ ଆବାସ ଘର ସାତ ସପନ : ଥିଲାବାଲା ଘରେ ଏକାଧିକ ଘର, ଭୂମିହୀନକୁ ଘର ମିଳିବା ସ୍ୱପ୍ନ

sb

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ପଂଚାୟତର କଣ୍ଟାପାଳି ଗାଁର ସରୋଜ ବାଘ, ପତ୍ନୀ ଓ ଏକ ମାତ୍ର ପୁଅକୁ ନେଇ ତାଙ୍କ ପରିବାର । ସରୋଜ ଜଣେ ନିହାତି ଗରିବ ଶ୍ରେଣୀର ଲୋକ, ପର ଘରେ ଖଟିଲେ ଯାଇ ଚୁଲି ଜଳେ । ଭଲ ଘରଟିଏ ନିର୍ମାଣ କରିବାକୁ ଅକ୍ଷମ ଥିବା ସରୋଜ ବାଘ ବାପା ଅଜା ଅମଳରୁ ସେହି ଦଦରା ଘରେ ରହି ଆସୁଛନ୍ତି । ଦିନରେ ସୂର୍ଯ୍ୟ ରାତିରେ ତାରା ଦିଶୁଥିବା ଏଇ ଘରକୁ ପଲିଥିନ ଘୋଡେଇ ରଖିଛନ୍ତି । କେତେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ନିଜ ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ । ଆବାସ ଯୋଜନାରେ ଘର ଟିଏ ପାଇବା ପାଇଁ ଆବେଦନ କରିଥିଲେ । ୨୦୨୧-୨୨ଆର୍ଥିକ ବର୍ଷରେ ଆବାସ ତାଲିକାରେ ତାଙ୍କ ନାମ ମଧ୍ୟ ରହିଥିଲା, ହେଲେ ତାଲିକାରେ ଥିବା ଅନ୍ୟ ହିତାଧିକାରୀଙ୍କୁ ଆବାସ ଘର ମିଳିଥିବା ବେଳେ କେଜାଣି କାହିଁକ ସରୋଜ ବାଘଙ୍କୁ କାର୍ଯ୍ୟାଦେଶ ମିଳିଲା ନାହିଁ ଫଳରେ ସରୋଜ ବାଘଙ୍କ ଆଶା ଆଶାରେ ହିଁ ରହିଯାଇଛି । ଗାଁରେ ପ୍ରାୟ ସମସ୍ତ ହିତାଧିକାରୀ ଘର ପାଇ ସାରିଛନ୍ତି ପୂଣି ଗୋଟିଏ ଗୋଟିଏ ପରିବାରର ଏକାଧିକ ଲୋକ ଆବାସ ଯୋଜନାର ଲାଭ ଉଠାଇ ସାରିଥିବା ବେଳେ ସରୋଜଙ୍କ ଭଳି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଘର ନ ପାଇବା, ତେଣୁ ଆବାସ ଯୋଜନା କାହା ପାଇଁ ବୋଲି ଅଂଚଳରେ ଚର୍ଚ୍ଚା ହେଉଛି । ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ଆସନ୍ତା ଫେଜରେ ମିଳିବ ବୋଲି କହିଛନ୍ତି । ରାସନ କାର୍ଡରେ ପାଉଥିବା ଚାଉଳକୁ ଛାଡି ଦେଲେ ଆଉ କୌଣସି ସରକାରୀ ସହାୟତା ପାଉନାହିଁ ବୋଲି କହିଛନ୍ତି ସରୋଜ । ଏହି ଗାଁରେ ଯଦି କାହାକୁ ପଚରା ଯାଏ ତୁମ ଗାଁରେ ଗରିବ କିଏ ସରୋଜ ବାଘ ବୋଲି ନିଶ୍ଚୟ କହିବେ । ସୂଚନା ମତେ ସରୋଜଙ୍କ ବାପା ନାଁରେ ମଧ୍ୟ ଏସିସି ଲିଷ୍ଟରେ ତାଲିକା ଥିଲା, ତାଙ୍କର ମୃତ୍ୟୁ ହୋଇଯିବାରୁ ତାହା ମିଳି ପାରିଲା ନାହିଁ । ପକ୍କା ଘର ଟିଏ ତିଆରି କରିବା ପାଇଁ ଅକ୍ଷମ ଥିବା ସରୋଜ ବାଘ ତୁରନ୍ତ ବିଭାଗୀୟ କତୃପକ୍ଷଙ୍କୁ ଘର ଟିଏ ଦେବା ପାଇଁ ନିବେଦନ କରିଛନ୍ତି ।

pc pk
Leave A Reply

Your email address will not be published.