କଣ୍ଟାବାଞ୍ଜି, (ଗୁରୁଦୟାଳ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ମୁରିବାହାଲ ବ୍ଲକ ଲେବଡା ପଂଚାୟତ ସ୍ଥିତ କର୍ଣ୍ଣାସନୀ ବନ୍ଧର ଉନ୍ନତି କରଣ ପାଇଁ ସୋମବାର ଦିନ ଭୂମିପୂଜନ ହୋଇଯାଇଛି । ଏହି ଭୂମିପୂଜନରେ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଭୂମିପୂଜନର ଭିତ୍ତ୍ତିପ୍ରସ୍ତର ଦେଇଛନ୍ତି । ଏହା ପଶ୍ଚିମ ଓଡିଶା ବିକାଶ ପରିଷଦ ୨୦୨୫-୨୬ ଆର୍ଥିକ ବର୍ଷରେ ଦଶ ଲକ୍ଷ ଟଙ୍କା ଅନୁଦାନରେ ଉନ୍ନତି କରଣ କରାଯିବ । ଏହି ଭୂମିପୂଜନରେ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଫକିର ଲୁହା, ଲେବଡା ସରପଂଚ ପ୍ରତିନିଧି ସାମିଲ ଥିଲେ ।