ନୟାଗଡ଼, (କେପିଏନ୍ଏସ୍) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରର ୬ଟି ପୂଜାମଣ୍ଡପ ସମେତ ଆଖପାଖ ଅଞ୍ଚଳର ପୂଜାମଣ୍ଡପରେ ମା’ଲକ୍ଷ୍ମୀଙ୍କ ମୃଣ୍ମୟୀମୂର୍ତ୍ତି ଗତ ସୋମବାର ସନ୍ଧ୍ୟାଯରଯୁ ପୂଜା ପାଇଁ ଆସୁଥିବା ବେଳେ ପ୍ରତିକୂଳ ପାଗ ସତ୍ୱେ ପୂଜାମଣ୍ଡପ ଗୁଡିକରେ ମା’ଙ୍କ ଆରାଧନା ଓ ପୂଜାପାଠ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ରଙ୍ଗୀନ ଆଲୋକମାଳାରେ ପୂଜାମଣ୍ଡପ ଗୁଡିକ ଝଲସି ଉଠିଥିଲା । ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୦, ୨୦୦୬, ୨୦୧୨, ୨୦୨୦, ୨୦୨୩ ଓ ୨୦୨୪ ମାଟ୍ରିକ ବ୍ୟାଚର ସହପାଠୀମାନଙ୍କ ଦ୍ୱାରା ମା’ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହେଉଥିବା ଜଣାପଡିଛି । ୩ ଦିନ ଧରି ମା’ଙ୍କ ପୂଜା ଅନୁଷ୍ଠିତ ହେବ ବୋଲି ପୂଜା କମିଟିର କର୍ମକର୍ତ୍ତାଙ୍କ ସୂତ୍ରରୁ ଜଣାପଡିଛି । ଏ ଅବସରରେ ବିଭିନ୍ନ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇ ଥିଲା । ତେବେ ଲଗାଣ ବର୍ଷାର ପ୍ରଭାବ ପୂଜା ଉତ୍ସବକୁ ଫିକା କରି ଦେଇଥିବା ବେଳେ ପୂଜା କମିଟିର କର୍ମକର୍ତ୍ତାଙ୍କ ମନରେ ନୈରାଶ୍ୟଭାବ ସୃଷ୍ଟି ହୋଇଛି । ଏଥିସହିତ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଖଣ୍ଡପଡ଼ା ମଧୁବନ ମିନି ଷ୍ଟାଡିୟମ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଖଣ୍ଡପଡ଼ାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ସମାଜସେବୀ ତଥା ସୁପ୍ରିମକୋର୍ଟ ଆଇନଜୀବି ବିଧାନ ଚନ୍ଦ୍ର ପ୍ରଧାନଙ୍କ ସମେତ ଖଣ୍ଡପଡ଼ା ଆଇଆଇସି ନିହାର ରଂଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳାର ସହ ଭସାଣି ଉତ୍ସବକୁ ସଂପାଦିତ କରିଥିଲେ । ଖଣ୍ଡପଡ଼ାର ଜନସାଧାରଣ ରାସ୍ତାକଡରେ ଛିଡାହୋଇ ଏହାକୁ ଭରପୁର ଉପଭୋଗ କରିଥିଲେ ।
Prev Post
Next Post