ଲର୍କିପାଲି, ସିନ୍ଦୁରବାହାଲ ଓ ଝାଙ୍କରପାଲିରେ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ତିନୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଛି । ପ୍ରଥମେ ସିନ୍ଦୁରବାହାଲଠାରେ ୧୭.୫୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ, ଲର୍କିପାଲିଠାରେ ୨୪ ଲକ୍ଷ ଟଙ୍କା ଅଟକଳ ଏବଂ ଝାଙ୍କରପାଲିଠାରେ ୨୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ତିନୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଦିଆଯାଇଛି । ଅତିରିକ୍ତ ନିର୍ବାହୀଯନ୍ତ୍ରୀ ଲଳେନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ତର ଦିଆଯାଇଥିବା ଏହି ପ୍ରକଳ୍ପଗୁଡିକରୁ ଏହି ଅଂଚଳରୁ ଅନେକ ଜମି ଜଳସେଚନ ହୋଇପାରିବ । ଭିତ୍ତିପ୍ରସ୍ତର ପରବର୍ତ୍ତୀ ସଭାରେ ଉପସ୍ଥିତ ଗ୍ରାମବାସୀମାନଙ୍କୁ ଶ୍ରୀ ମିଶ୍ର କହିଥିଲେ ଯେ, ବିଭାଗୀୟ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀ ସଂସ୍ଥା ଲୋକେ ଯେପରି ଏ ପ୍ରକଳ୍ପ କାମ ଦ୍ୱାରା ଠିକ୍‌ ଭାବରେ ଲାଭବାନ ହୋଇପାରିବ, ଚାଷ ଜମିକୁ ଠିକ୍‌ ହିସାବରେ ପାଣି ଯାଇପାରିବ ସେ ଦିଗରେ ଯତ୍ନବାନ ହେବେ ବୋଲି ଅନୁରୋଧ କରିଥିଲେ । ତା’ସହ ଏହି କାମ ଯେପରି ବର୍ଷା ଆସିବା ପୂର୍ବରୁ ସରିଯାଇଥିବ ତା’ଉପରେ ବିଶେଷ ଧ୍ୟାନ ଦେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତପନ ପାଣିଗ୍ରାହୀ, ରାଧାକାନ୍ତ ଭୋଇ, ସରୋଜ ରଥ, ଶ୍ରୀଧର ବାରିକ, ବୁଲୁ ଦାନି, ଅଙ୍କିତ ସାହୁ, ଜୟନାରାୟଣ ବହିଦାର, ମନିଷ ମିଶ୍ର, ଜୁଲୁ ପଟ୍ଟନାୟକ, ଉମା ପଣ୍ଡା, ସୌମ୍ୟଦୀପ ସରାଫ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.