ଯମୁନାବାହାଲରେ ବାର୍ଷିକ ଆଦିଅନାଦି ଜୟ ଭୀମବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ : ହଳଦୀକୁ ହରାଇ ଖଲିଆଖମାର ଦଳ ଚମ୍ପିୟାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଧୁପଲା ଗ୍ରାମ ପଂଚାୟତର ଯମୁନାବାହାଲ ଖେଳପଡିଆଠାରେ ଗତ ୧୪ ତାରିଖଠାରୁ ଚାଲିଥିବା ଷଷ୍ଠ ବାର୍ଷିକ ଆଦିଅନାଦି ଜୟ ଭୀମବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଦିନ ଉଦ୍ଯାପିତ ହୋଇଯାଇଛି । ଏଥିରେ ହଳଦୀକୁ ହରାଇ ଖଲିଆଖମାର ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଛି । ଯମୁନାବାହାଲ ଖେଳପଡିଆରେ ଗତ ୧୪ ତାରିଖ ଦିନଠାରୁ ୧୬ ଗୋଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ସେଥି ମଧ୍ୟରୁ ହଳଦୀ ଓ଼ ଖଲିଆଖମାର ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଦାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେଇ ନପାରିବାରୁ ଟ୍ରାଇବେକରେ ମାଧ୍ୟମରେ ୪/୩ ଗୋଲରେ ଖଲିଆଖମାର ବିଜୟୀ ହୋଇ ଚମ୍ପିୟାନ ହୋଇଛି । ଉଦ୍ଯାପନୀ ଦିବସରେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ସହ ନଗଦ ୭ ହଜାର ଓ଼ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ । ସମ୍ମାନିି ଅତିଥି ରୂପେ ବାନ୍ଧୁପଳା ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, କେଦାର ବଡ଼ଜେନା, ମନୋଜ କୁମାର କର ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଗୋଲ କିପର ତେଜୁରାମ ଭୋଇ, ଶ୍ରେଷ୍ଠ ସ୍କୋରର ତୁଲାରାମ ଭୋଇ, ଶ୍ରେଷ୍ଠ ଖେଳାଳି ଉତ୍ତମ ମାଝୀକୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଏହି ମ୍ୟାଚ୍କୁ ଗଣେଶ ଭୋଇ, ମକରଧ୍ୱଜ ମାଝୀ, ପିଣ୍ଟୁ ଭୋଇ ଓ଼ ବଡ଼ ଭୋଇ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ସଭାପତି ଋଷି ପ୍ରଧାନୀ, ଉପସଭାପତି ସୁରୁକାନ୍ତ ପ୍ରଧାନୀ, ସମ୍ପାଦକ ଦୟା ପ୍ରଧାନୀ, ଖଗପତି ପ୍ରଧାନୀ, କପିଳ ପ୍ରଧାନୀ, ଅଜୟ ପ୍ରଧାନୀ, ରୁମା ପ୍ରଧାନୀ, ଦିଲ୍ଲୀପ ପ୍ରଧାନୀ, କୈଳାସ ପ୍ରଧାନୀ ପ୍ରମୁଖ ସହଯୋଗ କରିଥିବା ବେଳେ ଧାରାବିବରଣୀ ପ୍ରଦାନ କରିଥିଲେ ଦୁର୍ବାଦଳ ସୁନାନୀ ।