centurian jitm

ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ମୁଖ୍ୟ ଡାକଘର ସମ୍ମୁଖରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

nschool

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଜେପି ସରକାରଙ୍କ ଇଙ୍ଗିତରେ ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ ଖବରକାଗଜ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ସାଂସଦ ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ପଚରାଉଚୁରା କରିବା ଘଟଣାକୁ କେନ୍ଦ୍ର କରି କଂଗ୍ରେସ କର୍ମୀମାନେ ସାରା ଭାରତ ବର୍ଷରେ ଏହାର ପ୍ରତିବାଦ କରିଥିବାରୁ ପୋଲିସ ପ୍ରତିହିଂସା ପରାୟଣ ହୋଇ ଦିଲ୍ଲୀ ସ୍ଥିତ କଂଗ୍ରେସ ଅଫିସରେ ଅନଧିକାର ପ୍ରବେଶ କରି କଂଗ୍ରେସ କର୍ମୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗର ପ୍ରତିବାଦ କରି ଶୁକ୍ରବାର ଅଖିଳ ଭାରତୀୟ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଦେଶର ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦମୂଳକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଗଂଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀନଗର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ ଶତାଧିକ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀଙ୍କୁ ଜିଲ୍ଲା କଂଗ୍ରେସ କମିଟିର ମୁଖପାତ୍ର ବରିଷ୍ଠ ସାମ୍ବାଦିକ ରବି ରଥ, ପ୍ରମୋଦ ଦାଶ, ପି.ସି.ସି ସଦସ୍ୟ ଦେବୀ ବିଷୋୟୀ ପ୍ରମୁଖ ଉଦ୍‌ବୋଧନ ଦେଇ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ୮ ବର୍ଷରେ ୮ଟି ଉନ୍ନୟନମୂଳକ କାର୍ଯ୍ୟ କରିନାହାନ୍ତି ବୋଲି କହିଥିଲେ । କଂଗ୍ରେସ ସରକାର ସମୟରେ ଯେଉଁସବୁ ବିକାଶମୂଳକ କାର୍ଯ୍ୟ ହୋଇଥିଲା ବିଜେପିର ଦୁଇ ବନ୍ଧୁ ଆମ୍ବାନୀ ଏବଂ ଆଦାନୀଙ୍କ ହାତକୁ ଟେକି ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ । ଦିଗପହଣ୍ଡି ଏନ୍‌ଏସି ଚେୟାରମ୍ୟାନ୍‌ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, କଂଗ୍ରେସ ନେତା ଦଣ୍ଡପାଣି ପାତ୍ର, ମହେଶ୍ୱର ପାତ୍ର, ପ୍ରମୋଦ କୁମାର ଜେନା, ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ବନଜା ପଣ୍ଡା, ଗତ ପୌର ନିର୍ବାଚନରେ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀନୀ ମଞ୍ଜୁ ରଥ, ସୁବାସିନୀ ପଟ୍ଟନାୟକ, ଡବ୍ଲ୍ୟୁ ବାଳକୃଷ୍ଣ, ଶଙ୍କର ଅଧିକାରୀ, ବରିଷ୍ଠ କଂଗ୍ରେସ ନେତା ପଦ୍ମଚରଣ ସାହୁ, ବିଦ୍ୟାଧର ପ୍ରଧାନ, ରାମନାରାୟଣ ବିଶ୍ୱାସରାୟ, ମନୋଜ ସ୍ୱାଇଁ, ସନ୍ତୋଷ ଦିଗାଲ, କେ. କୁନା, ପିଣ୍ଟୁ ଜେନା, ସାଇପ୍ରସାଦ ପାତ୍ର ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.