oom

ଶ୍ରାବଣର ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ଲାଗିଲା କାଉଡ଼ିଆଙ୍କ ଭିଡ଼

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ଯୋଡ଼ା ଶ୍ରାବଣ ହେତୁ ପ୍ରଥମ ଦୁଇଟି ଏବଂ ଶେଷ ଦୁଇଟି ସୋମବାରରେ ଶୈବପୀଠରେ ଜଳଲାଗି ପାଇଁ ଉପଯୁକ୍ତ ଶୁଭଲଗ୍ନ ସ୍ଥିର ହୋଇଛି । ଆଜି ଶ୍ରାବଣ ମାସ ପ୍ରଥମ ସୋମବାର ହେତୁ ଡେଲାଙ୍ଗର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପବିତ୍ର ଦୟାନଦୀ ନଦୀରୁ ଜଳ ଆଣି ବାଲିରେ ଲିଙ୍ଗ ସ୍ଥାପନା କରି ମହାଦେବଙ୍କୁ ଆବାହନ କରି ଫୁଲ, ଚନ୍ଦନ, ବେଲପତ୍ର, ପାନପତ୍ର, ଧୂପ ଦୀପ ସହ ଗଞ୍ଜେଇ ଭୋଗ ଅର୍ପଣ କରି, କାନ୍ଧରେ ବାହୁଙ୍ଗି କଳସ ଭାର ଧରି ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି । କିଏ ବାବା ବଣିବକ୍ରେଶ୍ଵର ଦେବ ତ କିଏ ବାବ ବିଶ୍ୱନାଥ ଦେବ ତ କିଏ ସୋମନାଥ ଦେବ ତ ଆଉ କିଏ ବାବା ନୀଳକଣ୍ଠେଶ୍ଵର ଦେବ ତ ଆଉ କିଛି ଭକ୍ତ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ଶୈବପୀଠକୁ ଯାତ୍ରା କରିଥାନ୍ତି । ଡେଲାଙ୍ଗରେ ପ୍ରବାହିତ ଦୟାନଦୀର ଗଡ଼ ବେଗୁନିଆପଡା, ରେଙ୍ଗଳ, ତିରିମଲ, ପାଣ୍ଡିଆବିଲି ଆଦି ଘାଟରେ ରବିବାର ଦିନଠାରୁ କାଉଡ଼ିଆମାନଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରୁ କାଉଡ଼ିଆମାନେ ଏହି ନଦୀର ସଙ୍ଗମ ସ୍ଥଳକୁ ଆସି ପୂଜାଚ୍ଚର୍ନା କରି ମନ ବାଂଛିତ ଫଳ ପାଇବା ପାଇଁ ଜଳଭାର ଉଠାଇ ବିଭିନ୍ନ ଶୈବପୀଠକୁ ଯାତ୍ରା କରିଥାନ୍ତି । ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା । ବୋଲ୍ ବମ୍ ହର ହର ବମ୍ ଏବଂ ଜଟିଆ ବାବା ପାର୍ କରେଗା ଧ୍ଵନିରେ ରାସ୍ତାଘାଟ ପ୍ରକମ୍ପିତ ହେଉଥିଲା । ପ୍ରାତଃ ସମୟରେ କାଉଡ଼ିଆମାନେ ଶିବଙ୍କ ମଥାରେ ଜଳ ଲାଗି କରିଥିଲେ । ପ୍ରଭୁଙ୍କ ମଥାରେ ଜଳ ଲାଗି କରିବା ଦ୍ୱାରା ମାନସିକ ପୂରଣ ହୋଇଥାଏ ବୋଲି କାଉଡ଼ିଆ ଭକ୍ତ ମାନେ ମତ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ବହୁ ସଂଖ୍ୟାରେ ମହିଳା କାଉଡ଼ିଆ ଭକ୍ତ ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.